ରାଜନୀତି ମଇଦାନରେ ଆତଙ୍କବାଦୀ ! ପାକିସ୍ତାନରେ ନଜରବନ୍ଦୀ ରହିଥିବା ଆତଙ୍କବାଦୀ ହାଫିଜ୍ ସଇଦ ଲଢିବେ ନିର୍ବାଚନ

23

କନକ ବ୍ୟୁରୋ: ରାଜନୀତି ମଇଦାନରେ ଆତଙ୍କବାଦୀ । ପାକିସ୍ତାନରେ ନଜରବନ୍ଦୀ ରହିଥିବା ଆତଙ୍କବାଦୀ ହାଫିଜ୍ ସଇଦ ରାଜନୀତିକୁ ଓହ୍ଲାଇବାର ମନ ବଳାଇଛି । ଏ ନେଇ ହାଫିଜ୍ ନିଜ ସଂଗଠନ ଜମାତ୍ ଉଦ୍ ଦାବା ପକ୍ଷରୁ ପାକିସ୍ତାନ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି ।

ଏଥିସହ ‘ମିଲ୍ଲି ମୁସଲିମ୍ ଲିଗ୍ ‘ନାମକ ରାଜନୈତିକ ଦଳକୁ ମାନ୍ୟତା ପ୍ରଦାନ କରିବାକୁ ଲିଖିତ ପତ୍ର ପ୍ରଦାନ କରିଛି ହାଫିଜ୍ । ପାନାମା ପେପର ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓାଜ୍ ସରିଫ ଗାଦିଚ୍ୟୁତ ହେବାପରେ ହାଫିଜ୍ ଏଥିରୁ ରାଜନୈତିକ ଲାଭ ନେବାକୁ ଚାହୁଁଥିବା କୁହାଯାଉଛି ।

ପାକ୍ ସେନା ଓ ଆଇଏସଆଇ ଏଜେଂଟଙ୍କ ସହ ହାଫିଜର ଭଲ ସମ୍ପର୍କ ରହିଛି । ରାଜନୀତି ମାଧ୍ୟମରେ ପାକିସ୍ତାନରେ ନିଜ ପତିଆରା ବୃଦ୍ଧି କରିବାକୁ ହାଫିଜର ଏହା ଏକ ଚାଲ୍ ବୋଲି କୁହାଯାଇଛି । ପାକିସ୍ତାନ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ ପରେ ଏବେ ସ୍ୱୀକୃତିକୁ ଅପେକ୍ଷା କରିଛି ଏହି କୁଖ୍ୟାତ ଆତଙ୍କବାଦୀ ।