ଭୁବନେଶ୍ୱର ବିମାନ ବନ୍ଦରରୁ ମହିଳାଙ୍କ ଠାରୁ ୭୦୭ ଗ୍ରାମ ସୁନା ଜବତ । ୨୩ ଲକ୍ଷରୁ ଅଧିକ ମୂଲ୍ୟ ହୋଇଥିବା କରାଯାଉଛି ଅନୁମାନ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଜଣେ ମହିଳାଙ୍କ ଠାରୁ ପୁଣି ୭୦୭ ଗ୍ରାମ ସୁନା ଜବତ ହୋଇଛି।

109

କନକ ବ୍ୟୁରୋ: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଜଣେ ମହିଳାଙ୍କ ଠାରୁ ପୁଣି ୭୦୭ ଗ୍ରାମ ସୁନା ଜବତ ହୋଇଛି। ଭୁବନେଶ୍ୱର ଦେଇ ମହିଳା ଜଣକ ଘରକୁ ଯିବାକୁ ଯୋଜନା କରିଥିଲେ। ଏହା ପୂର୍ବରୁ ସେ କଷ୍ଟମ ବିଭାଗର ଅଧିକାରୀଙ୍କ ଦ୍ୱାରା ଧରାପଡ଼ି ଯାଇଛନ୍ତି । ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ଜଣେ ମହିଳା ଦୁବାଇରୁ ସୁନା ନେଇ ଆସିଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳବା ପରେ ବିମାନବନ୍ଦରରେ ଚଢ଼ାଉ କରାଯାଇ ସୁନା ଜବତ କରାଯାଇଛି। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨୪ ଲକ୍ଷ ଟଙ୍କା ହେବ।

ବିମାନବନ୍ଦରରୁ ଫେବ୍ରୁଆରି ୨୩ରେ ବିପୁଳ ପରିମାଣର ସୁନା ଜବତ ହୋଇ ଥିଲା। ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀ ପାଖାପାଖି ୨୮୪ ଗ୍ରାମ୍ ସୁନା ଚାଲାଣ କରୁଥିବା ବେଳେ ସୀମାଶୁଳ୍କ ବିଭାଗ ହାତରେ ଧରା ପଡ଼ିଥିଲେ। ଜବତ ସୁନାର ମୂଲ୍ୟ ୨୩ ଲକ୍ଷରୁ ଊର୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଇ ଥିଲା । ଯାତ୍ରୀଜଣଙ୍କ ବିଳମ୍ବିତ ରାତିରେ ବ୍ୟାଙ୍କକରୁ ଏୟାର ଏସିଆ ବିମାନ (ଏଫଡି-୧୧୨) ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ଏଠାରୁ ସେ କୋଲକାତା ଯାଇଥାନ୍ତେ। ତେବେ ପୂର୍ବ ସୂଚନା ପାଇ ବିମାନବନ୍ଦରରେ ପ୍ରସ୍ତୁତ ହୋଇ ରହିଥିବା ସୀମାଶୁଳ୍କ ବିଭାଗ ଅଧିକାରୀମାନେ ତାଙ୍କୁ ଅଟକାଇ ବ୍ୟାଗ୍ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସାର୍ଟ ବଟମରେ ସୁନାଗୁଡ଼ିକୁ ରିଙ୍ଗ ଆକାରରେ ଲଗାଯାଇଥିଲେ । ଆଉ ରିଙ୍ଗକୁ ଏଭଳି ରୁପାର ଆବରଣ ଦିଆଯାଇଥିଲା ଯେ ସହଜରେ କେହି ସୁନା ବୋଲି ଜାଣିପାରିବେ ନାହିଁ।

Comments are closed.