କନକ ବ୍ୟୁରୋ : ଶନିବାରଠାରୁ ଗୋଆରେ ଆରମ୍ଭ ହୋଇଯାଇଛି ଗୋଆ କାର୍ନିଭାଲ୍ । ୪ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରୁ ବହୁ କଳାକାର ଯୋଗଦେଇଛନ୍ତି । ଏହି ଉତ୍ସବରେ ମୁଖ୍ୟ ଦେବତା ଭାବେ ଗ୍ରୀସର ମୋମୁସଙ୍କୁ ସମସ୍ତେ ମାନୁଥିବାରୁ ତାଙ୍କୁ ସୁନ୍ଦର ଭାବେ ସଜାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଉତ୍ସବ ଆରମ୍ଭରୁ ଆକର୍ଷଣୀୟ ତୋରଣ ସାଂଗକୁ ସାଂସ୍କୃତିକ ଦଳମାନେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ଏହାସହ ଦେଶ ବିଦେଶର ସଂସ୍କୃତି ସମ୍ବଳିତ ପ୍ରଜ୍ଞାପନ ମେଢ ବି ଗୋଆର ରାଜରାସ୍ତାରେ ପରିକ୍ରମା କରିଥିଲା । ଏହାକୁ ଦେଖିବାପାଇଁ ଦେଶ ତଥା ବିଦେଶରୁ ଅନେକ ପର୍ଯ୍ୟଟକ ଗୋଆ ଆସିଛନ୍ତି ।