ଆଜି ଚଣ୍ଡୀଗଡରେ ହେବ ହକି ଇଣ୍ଡିଆ ଲିଗର ଫାଇନାଲ ମ୍ୟାଚ ! ମୁମ୍ବାଇକୁ ଟକ୍ଟର ଦେବ କଳିଙ୍ଗ ଲାନସର୍ସ

55

କନକ ବ୍ୟୁରୋ : ସେମିଫାଇନାଲ ମ୍ୟାଚରେ ୟୁପି ଉଇଜାର୍ଡସକୁ ମାତଦେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି କଳିଂଗ ଲାନସର୍ସ । ଆଜି ଚଣ୍ଡୀଗଡରେ ମୁମ୍ବାଇ ସହ ଫାଇନାଲ ମ୍ୟାଚ ଖେଳାଯିବ । ଅତି ରୋମାଂଚକ ଭାବେ ସଡନ ଡେଥରେ ୟୁପି ଉଇଜାର୍ଡସକୁ ପରାସ୍ତ କରି କଳିଂଗ ଲାନନର୍ସ ଏହି ସଫଳତା ହାସଲ କରିଛି ।ପ୍ରଥମ କ୍ୱାର୍ଟରରେ ଉତ୍ତରପ୍ରଦେଶ ଉଇଜାର୍ଡସ ୨-୧ରେ ଆଗୁଆ ରହିଥିଲା ।

ଦ୍ୱିତୀୟ କ୍ୱାଟରରେ ବି ଏହି ବ୍ୟବଧାନ କାୟମ ରହିଥିଲା । ପରେ ତୃତୀୟ କ୍ୱାଟରରେ ଲାନସର୍ସ ଅଧିନାୟକ ଗୋଲ ଦେଇ ସ୍କୋରକୁ ସମାନ ସ୍ଥିତିକୁ ନେଇ ଆସିଥିଲେ । ଏହାପରେ ମ୍ୟାଚ ଡ୍ର ହେବାରୁ ସଡନ ଡେଥରେ କଳିଂଗ ଲାନସର୍ସ ଗୋଲରେ ରୂପାନ୍ତରିତ କରି ସେମିଫାଇନାଲକୁ ଜିତିନେଇଥିଲା । ଶ୍ରେଷ୍ଠ ଯୁବ ଖେଳାଳୀ ଭାବେ ଦୀପସାନ ତିର୍କି ମନୋନୀତ ହୋଇଥିଲେ । ସେହିପରି ଅଷ୍ଟ୍ରେଲିଆ ଖେଳାଳି କାର୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇଥିଲେ ।