ଗଜପତି : ଭୂତ ଭୟରେ ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ

242

କନକ ବ୍ୟୁରୋ : ବିଜ୍ଞାନ ଯୁଗରେ ଆଜି ବି ବସା ବାନ୍ଧିଛି ଅନ୍ଧବିଶ୍ୱାସ । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଗୋପବନ୍ଧୁ ବିଦ୍ୟାପୀଠରୁ ଆସିଛି ଏମିତି ଅଭିଯୋଗ । ଗତ ୨୫ ତାରିଖରୁ ସ୍କୁଲର ବିଭିନ୍ନ ପିଲାଙ୍କୁ ଭୂତ ଲାଗୁଥିବା କହି ଛାତ୍ରଛାତ୍ରୀ ସ୍କୁଲକୁ ଆସୁ ନହାନ୍ତି । ଫଳରେ ସ୍କୁଲରେ ଛାତ୍ର ଉପସ୍ଥାନ କମି ଯାଉଥିବା ବେଳେ ଶିକ୍ଷର ଶିକ୍ଷୟିତ୍ରୀ ମଧ୍ୟ ଭୟଭୀତ ହୋଇ ରହିଛନ୍ତି ।

ବିଦ୍ୟାଳୟରେ ମୋଟ ୨୪୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏବେ ୫୦ ବି ଆସୁ ନଥିବା ଦେଖିବାକୁ ମିଳିଛି । ଅଭିଭାବକମାନେ ପିଲାଙ୍କୁ ନେଇ ଗୁଣିଆଙ୍କ ପାଖରେ ଛଡା ଫୁଙ୍କା କରୁଛନ୍ତି । ସ୍କୁଲରେ ଘଟୁଥିବା ଘଟଣାର ସମାଧାନ ନହେବା ଯାଏ ପିଲାଙ୍କୁ ଆଉ ବିଦ୍ୟାଳୟକୁ ପଠାଇବେ ନାହିଁ ବୋଲି ଅଭିଭାବକମାନେ କହିଛନ୍ତି । ସେପଟେ ଘଟଣାର ୧୦ ଦିନ ବିତିଯାଇଥିଲେ ବି ବିଦ୍ୟାଳୟ ପକ୍ଷରୁ କୌଣସି ଅଭିଭାବକ ବୈଠକ ଡକାଯାଇନଥିବାରୁ ଅସନ୍ତୋଷ ବଢୁଛି ।