ବଲାଙ୍ଗୀର : ମୁଖ୍ୟ ଚିକିତ୍ସାଳୟରେ ଫ୍ରିଜର ଅଭାବ ଯୋଗୁଁ ସାତ ଦିନ ହେବ ଦୁଇଟି ଅପରିଚିତ ଶବରୁ ବାହାରୁଛି ଦୁର୍ଗନ୍ଧ

24

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଶବ ରଖିବା ପାଇଁ ଫ୍ରିଜର ଅଭାବ । ଶବ ବ୍ୟବଛେଦ ଘରେ ତିନୋଟି ଫ୍ରିଜରରେ ଏକକାଳୀନ ଭାବେ ରଖାଯାଇଛି ଛଅଟି ଶବ । ଯେଉଁଥିରେ ଦୀର୍ଘ ସାତ ଦିନ ହେବ ଦୁଇଟି ଅପରିଚିତ ଶବ ରହି ଦୁର୍ଗନ୍ଧ ହେଉଛି । ଏପଟେ ଅନ୍ୟ ଶବ ରଖିବାକୁ ଫ୍ରିଜର ନାହିଁ । ଯାହା ଦ୍ୱାରା ବାଧ୍ୟ ହୋଇ ଲୋକ ନିଜ ଖର୍ଚ୍ଚରେ ଶବକୁ ସାଇତି ରଖୁଛନ୍ତି ।

ଅନେକ ଦିନରୁ ଦେଖାଦେଇଛି ହସ୍ପିଟଲରେ ଫ୍ରିଜର ସମସ୍ୟା । ଯାହା ପାଇଁ ସାଧାରଣ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରକ୍ଷଣା ବେକ୍ଷଣାର ଘୋର ଅଭାବ ଯୋଗୁଁ ଏହି ସମସ୍ୟା ଦେଖାଦେଇଥିବା ବେଳେ ଜିଲ୍ଲାର ମୁଖ୍ୟ ଚିକିତ୍ସାଧୀକାରୀ କହିଛନ୍ତି ୨୪ ଘଂଟା ମଧ୍ୟରେ ଏସବୁ ସମସ୍ୟା ଦୂରୀଭୂତ ହେବ ।