ଏମ୍ସ ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ କରିଥିଲେ ଲକ୍ଷ ଲକ୍ଷ ଟଙ୍କାର ଋଣ । କିସ୍ତି ଦେଇନପାରି ଫେରାର ହେଲେ, ପୋଲିସ୍ ପଞ୍ଝାରେ ଧରାପଡ଼ିଲେ ନକଲି ଡାକ୍ତର ।
କନକ ବ୍ୟୁରୋ: ସାବଧାନ୍ ରାଜଧାନୀରେ ବୁଲୁଛନ୍ତି ମିଛ ଡାକ୍ତର । ଚିକିତ୍ସା ନାଁରେ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଉଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଦେଶର ପ୍ରତିଷ୍ଠିତ ଏମ୍ସ ଡାକ୍ତର ବୋଲି ପରିଚୟ ଦେଇ ବ୍ୟାଙ୍କରୁ ଋଣ କରି ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ଚୁନ ଲଗାଇଛନ୍ତି ନକଲି ଡାକ୍ତର ସିଦ୍ଧାର୍ଥ ସ୍ୱୟଂ ରାଉତ । ଏନେଇ ବ୍ୟାଙ୍କ କର୍ତ୍ତୁପକ୍ଷ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ସିର୍ଦ୍ଧାର୍ଥ ରାଉତକୁ ଗିରଫ ଗରିଛି ନୟାପଲ୍ଲୀ ଥାନା ପୋଲିସ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ପୋଲିସ କହିବା ମୁତାବକ, ସିଦ୍ଧାର୍ଥ ଭୁବନେଶ୍ୱର ସ୍ଥିତ ଏକ ବ୍ୟାଙ୍କରୁ ଏମ୍ସ ଡାକ୍ତର ପରିଚୟ ଦେଇ କାର କିଣିବା ପାଇଁ ସାଢ଼େ ୧୭ ଲକ୍ଷ ଟଙ୍କା ଋଣ କରିଥିଲେ । ଆଉ ଲୋନ ନେବାର କିଛି ମାସର ପହିଲାରେ ପଇସା ଦେବାକୁ ବିଳମ୍ବ କରିଥିଲେ ଏହାପରେ ଲୋନ୍ କିସ୍ତି ନଦେଇ ଫେରାର୍ ହୋଇଯାଇଥିଲେ ବୋଲି ବ୍ୟାଙ୍କ କର୍ତ୍ତୁପକ୍ଷ ଜାଣିବାକୁ ପାଇଥିଲେ । ଏନେଇ ବ୍ୟାଙ୍କ କର୍ତ୍ତୁପକ୍ଷ ଆଇନର ହସ୍ତକ୍ଷେପ ଲୋଡ଼ି ଏଭଳି ନକଲି ଡାକ୍ତରଙ୍କ ମୁଖା ଖୋଲିବା ପାଇଁ ଏତଲା ଦେଇଥିଲେ ।
ଏହାପରେ ଫେରାର୍ ନକଲି ଡାକ୍ତର ସିଦ୍ଧାର୍ଥ ସ୍ୱୟଂ ରାଉତକୁ ନୟାପଲ୍ଲୀ ପୁଲିସ ଖୋଜୁଥିଲା, ଚିକିତ୍ସା ଆଳରେ ଚୁନ ଲଗାଉଥିବା ନକଲି ଡାକ୍ତରକୁ କାବୁ କରିବା ପାଇଁ ଚାରିଆଡ଼େ ଜାଲ ବିଛାଇଥିଲା ନୟାପଲ୍ଲୀ ପୋଲିସ । ଶେଷରେ ପୋଲିସ୍ ପଞ୍ଝାରେ ପଡ଼ିଛି ଲୋକଙ୍କୁ ଚୁନ ଲଗାଉଥିବା ଡାକ୍ତର । ତେବେ ଅଭିଯୁକ୍ତ ସିଦ୍ଧାର୍ଥ ସ୍ୱୟଂ ରାଉତ କଟକ ଗୋପାଳପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।