ଚାରି ଦିନିଆ ରିମାଣ୍ଡରେ ଡାକ୍ତର ଚାର ଶୋ ବିଶ ମୋତିଲାଲ ଗୌଡ : କ୍ରାଇମବ୍ରାଂଚକୁ ରିମାଣ୍ଡ ଅନୁମତି ଦେଲେ ଏସଡିଜିଏମ୍ କୋର୍ଟ

42

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚାରି ଦିନିଆ ରିମାଣ୍ଡରେ ଗଲେ ଡାକ୍ତର ଚାର ଶୋ ବିଶ । ମୋତିଲାଲ ଗୌଡଙ୍କୁ ପୁଣି ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଂଚ । ହେଲେ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ଗତ ଜୁନ୍ ୪ ତାରିଖରେ ଚାକିରିରୁ ନିଲମ୍ବିତ ହୋଇଥିଲେ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସର ସହକାରୀ ନିର୍ଦେଶକ ମୋତିଲାଲ ଗୈାଡ । ୨୦୧୫ ରେ କିଛି ଘରୋଇ ହସ୍ପିଟାଲକୁ ଅନୁକମ୍ପା ଦେଖାଇ ନାଲକୋ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ମେଡିକାଲରେ ସ୍ୱାସ୍ଥ୍ୟ ଯାଁଚ କରିବାକୁ ନିର୍ଦେଶ ଦେଇଥିଲେ ଏହି ସରକାରୀ ବାବୁ । ଏନେଇ ଅଭିଯୋଗ ପରେ ତାଙ୍କ ବିରେଧରେ ଆରମ୍ଭ ହୋଇଥିଲା କ୍ରାଇମବ୍ରାଂଚ ତଦନ୍ତ । ଜୁଲାଇ ୨ରେ ରାଜ୍ୟ ଭିଜିଲାନ୍ସ ମୋତିଲାଲଙ୍କ ୮ ଟି ଆଡାରେ ଚଢାଉ କରିବା ପରେ ୩ ତାରିଖରେ ଆନ୍ଧ୍ରପ୍ରଦେଶରୁ ଗିରଫ କରିଥିଲା କ୍ରାଇମବ୍ରାଂଚ । ଅଧିକ ତଥ୍ୟ ଦେଖନ୍ତୁ ଏହି ଭିଡିଓରେ :