ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ ! ୭୫ ବର୍ଷ ବୟସରେ କଟକରେ ଆଖିବୁଜିଲେ ମୁସ୍ତାଫିଜ ଅହମ୍ମଦ

30

କନକ ବ୍ୟୁରୋ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମୁସ୍ତାଫିଜ ଅହମ୍ମଦଙ୍କ କଟକରେ ପରଲୋକ ହୋଇଯାଇଛି । ସେ ଗତ ଅଢେଇ ମାସେ ହବ କଟକ ତୁଳସିପୁର ସ୍ଥିତ ଏକ ଘରୋଇ ନର୍ସିଂରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରୋଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । କଟକ ସହରରେ ମୁସ୍ତାଫିଜ ଭାଇନାମରେ ସେ ବେଶ ପରିଚିତ । ସ୍ୱର୍ଗତ ବିଜୁପଟ ନାୟକଙ୍କ ମନ୍ତ୍ରୀମଣ୍ଡଳରେ ସେ ଦୁଇ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି । ୧୯୯୧ରେ ବୟନ ଶିଳ୍ପମନ୍ତ୍ରୀ ଓ ପରେ ସ୍ୱସ୍ଥ୍ୟମନ୍ତ୍ରୀ ଭାବେ ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନପାଇଥିଲେ ମୁସ୍ତାଫିଜ୍ । ଆଜି ସନ୍ଧ୍ୟା ୫ଟାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ମୁସ୍ତାଫିଜଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବହୁ ନେତା ମନ୍ତ୍ରୀ ।