ଆପଣ ବି କରିପାରିବେ ନିଜ ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ ! ଆପଣାନ୍ତୁ ଏହି ସହଜ ତରିକା
ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯଦି ସରକାରଙ୍କର ଏହି ନିୟମକୁ ଅବମାନନା କରାଯାଏ ତେବେ ନିର୍ଦ୍ଧାରିତ ତାରିଖ ପରେ ଆପଣଙ୍କର ମୋବାଇଲ ନମ୍ବରକୁ ବନ୍ଦ କରିଦିଆଯିବ ବୋଲି ଏହି ନିର୍ଦ୍ଦେଶନାମାରେ ଜାରି କରାଯାଇଛି । ତେଣୁ ଯଦି ଆପଣ ଆପଣଙ୍କର ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିନାହାଁନ୍ତି ତେବେ ତୁରନ୍ତ କରି ଦିଅନ୍ତୁ । ନଚେତ୍ ୬ ଫେବୃୟାରୀ, ୨୦୧୮ ପରେ ଆପଣଙ୍କ ସିମ୍ ନିଷ୍କ୍ରିୟ ହୋଇଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଠାରେ ଆମେ କହି ରଖୁଛୁ କି, ଲୋକନିତି ଫାଉଣ୍ଡେସନ୍ ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟ ଗୋଟିଏ ବର୍ଷ ଭିତରେ ସମସ୍ତ ସିମ୍ କାର୍ଡକୁ ଆଧାରକାର୍ଡ ସହିତ ଯୋଡ଼ିବା ଅନିବାର୍ଯ୍ୟ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏପରି କରିବା ଦ୍ୱାରା ଆତଙ୍କବାଦ, ଅପରାଧିକ ମାମଲାକୁ ରୋକା ଯାଇପାରିବ। ଚଳିତବର୍ଷ ସରକାର ଆୟକର ରିଟର୍ଣ୍ଣ ସମୟରେ ପାନ୍ କାର୍ଡକୁ ଆଧାରକାର୍ଡ ସହିତ ଯୋଡ଼ିବା ଅନିବାର୍ଯ୍ୟ କରି ଦିଆଯାଇଥିଲା । ଏସବୁ ପଦକ୍ଷେପ ଚୋରି ମାମଲାକୁ ରୋକିବା ପାଇଁ କରାଯାଉଛି ବୋଲି ସରକାର ସୂଚନା ଦେଇଛନ୍ତି ।
ସରକାରଙ୍କ ଏହି ନିର୍ଦ୍ଦେଶନାମାରେ ବିଭିନ୍ନ ଟେଲିକମ କଂପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜର ଗ୍ରାହକଙ୍କ ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିବାକୁ ସୂଚିତ କରାନ୍ତୁ ଏବଂ ଇ-କେୱାଇସି ପ୍ରୋସେସକୁ ଆରମ୍ଭ କରନ୍ତୁ । ତେବେ ଏହି କାମକୁ ଆପଣ ନିଜେ ହିଁ କରିବେ । ଏଥିପାଇଁ ଆପଣ ଆପଣଙ୍କର ଆଧାରକାର୍ଡ ସାଥୀରେ ଧରି ନିଜର ମୋବାଇଲ ନମ୍ବର ପ୍ରୋଭାଇଡର କଂପାନୀର ନିକଟସ୍ଥ ଷ୍ଟୋରକୁ ଯାଇ ଆଧାରକୁ ମୋବାଇଲ ନମ୍ବର ସହିତ ଲିଙ୍କ କରି ପାରିବେ ।
କିଭଳି କରିବେ ଆପଣଙ୍କ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ
• ଏଥିପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲ ଏବଂ ଆଧାରକାର୍ଡକୁ ସାଥୀରେ ଧରି ନିକଟସ୍ଥ ନିଜ ମୋବାଇଲ ନେଟୱର୍କ ସର୍ଭିସ ପ୍ରୋଭାଇଡରର ଅଫିସକୁ ଯିବାକୁ ପଡିବ । ଯଦି ଆପଣଙ୍କ ନାଁରେ ସିମ୍ କାର୍ଡ ନାହିଁ ତଥା ଘରର ଅନ୍ୟ କୌଣସି ସଦସ୍ୟଙ୍କ ନାଁରେ ରହିଛି ତେବେ ତାଙ୍କୁ ମଧ୍ୟ ସାଥୀରେ ନେଇ ଯିବାକୁ ପଡିବ । କାରଣ ତାଙ୍କ ଆଧାରକାର୍ଡ ନମ୍ବର ଏବଂ ଫିଙ୍ଗରପ୍ରିଂଟ୍ ଦ୍ୱାରା ହିଁ ମୋବାଇଲ ନମ୍ବର ଭେରିଫାଏ କରାଯାଇପାରିବ ।
• କଂପାନୀ କାର୍ଯ୍ୟାଳୟରେ ନିଜର ରି-ଭେରିଫିକେସନ ଡିଟେଲ୍ସ ଭରନ୍ତୁ । ପ୍ରୋସେସ୍ ସଂପୂର୍ଣ୍ଣ ହେବା ପରେ ଆପଣଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ୱାନ୍ ଟାଇମ୍ ପାସୱାର୍ଡ ଆସିବ । ଯାହାକୁ ଆପଣଙ୍କୁ ସଙ୍ଗେ ସଙ୍ଗେ ନେଟୱର୍କ କଂପାନୀ ଅଫିସରେ ହିଁ ଦେବାକୁ ପଡିବ ।
• ଏଭଳି ଓଟିପି ଭେରିଫାଏ ହେବା ପରେ କଂପାନୀର ଅଫିସରେ ଆପଣଙ୍କର କାମ ସଂପୂର୍ଣ୍ଣ ହୋଇଯିବ ।
• ଏବେ ଆପଣଙ୍କୁ ଖାଲି ଅପେକ୍ଷା କରିବାକୁ ପଡିବ । ତେବେ ଏହି ପ୍ରକିୟା ଶେଷ ହେବାର ମାତ୍ର ୨୪ ଘଂଟା ମଧ୍ୟରେ ଆପଣଙ୍କର ସର୍ଭିସ ପ୍ରୋଭାଇଡରର, ଯାହାର ନମ୍ବର ଭେରିଫାଏ କରୁଛନ୍ତି । କଂପାନୀ ପକ୍ଷରୁ ଆପଣଙ୍କ ନମ୍ବରରେ ଏକ ଭେରିଫିକେସନ ମେସେଜ ମିଳିବ । ଏହା ଉପରେ ଆପଣଙ୍କୁ ୩ ଘଂଟା ମଧ୍ୟରେ ରିପ୍ଲାଏ କରିବାକୁ ହେବ ।
• ରିପ୍ଲାଏ କରିବା ପାଇଁ ମେସେଜ ବକ୍ସରେ ଟାଇପ୍ କରିବାକୁ ପଡିବ ‘ଆରଭି ବ୍ରାକେଟ୍ ଓପନ ସ୍ପେସ୍ ବ୍ରାକେଟ୍ କ୍ଲୋଜ୍ ୱାଇ’ । ଏହାପରେ ଏହାକୁ ୧୨୩୪୫ ରେ ପଠାଇବାକୁ ପଡିବ । ଏହି ପ୍ରୋସେସ୍ ପରେ ଆପଣଙ୍କର ମୋବାଇଲ ନମ୍ବର ଆଧାର ନମ୍ବର ସହ ସଂଯୋଗ ହୋଇଯିବ ।
ସୌଜନ୍ୟ: ଏବିପି ନ୍ୟୁଜ୍