ସନ୍ଦୀପ ସେକ୍ସ ସ୍କାଣ୍ଡାଲ : ତିନିଦିନିଆ ରିମାଣ୍ଡରେ ପୂର୍ବତନ ଆପମନ୍ତ୍ରୀ

30

କନକ ବ୍ୟୁରୋ : ଯୌନ କେଳେଙ୍କାରୀରେ ଫସିଥିବା ‘ଆପ’ର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାରଙ୍କୁ ଆଜି ପୁଣି କୋର୍ଟରେ ହାଜର କରାଯାଇଛି । ଏହାସହ ତାଙ୍କ ରିମାଣ୍ଡ ଅବଧି ମଧ୍ୟ ବୃଦ୍ଧି ହୋଇଛି । କୋର୍ଟ ଆଉ ୩ ଦିନ ରିମାଣ୍ଡରେ ନେବା ଲାଗି ପୁଲିସକୁ ଅନୁମତି ଦେଇଛନ୍ତି । ଗତକାଲି ଦିଲ୍ଲୀର ରୋହିଣୀ କୋର୍ଟରେ ପୁଲିସ ସନ୍ଦୀପଙ୍କୁ ହାଜର କରି ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ମାତ୍ର କୋର୍ଟ ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ ।

ସନ୍ଦୀପ ତଦନ୍ତରେ ସହଯୋଗ କରୁଥିବାରୁ ଦୀର୍ଘ ଦିନ ରିମାଣ୍ଡ ଅନୁମତି ଦେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ । ‘ଆପ୍’ର ପୂର୍ବତନ ମନ୍ତ୍ରୀ ସନ୍ଦିପ କୁମାର ଜଣେ ମହିଳାଙ୍କ ସହ ଯୌନ ସଂପର୍କ ସ୍ଥାପନ କରୁଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାର ହେବା ପରେ ଏହାକୁ ନେଇ ଦଳରେ ଚାପ ବଢ଼ିଥିଲା ପୀଡ଼ିତା ମହିଳା ସନ୍ଦୀପ କୁମାରଙ୍କ ବିରୋଧରେ ଥାନରେ ଏତଲା ଦେବା ପରେ ସୁଲତାନପୁର ପୁଲିସ ତାଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ସନ୍ଦୀପ କୁମାରଙ୍କ ମନ୍ତ୍ରୀ ପଦ ଯିବା ସହ ଆମ୍ ଆଦମୀ ପାର୍ଟି ତାଙ୍କୁ ଦଳର ପ୍ରଥାମିକ ସଦସ୍ୟ ପଦରୁ ବି ବହିଷ୍କାର କରିଥିଲା ।