ଗଂଜାମ : ଗଂଜାମ ଜିଲ୍ଲା ଗାଙ୍ଗପୁରରେ ନାବାଳିକାଙ୍କୁ ଏସିଡ୍ ମାଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତର ନା ତୋଫାନ ସାହୁ । ଗତକାଲି ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଲିପୁନ ବିଷୋୟାର ସେ ମୁଖ୍ୟ ସହଯୋଗୀ । ଏବେ ବି ଘଟଣାରେ ୨ ଅଭିଯୁକ୍ତ ଫେରାର ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଶନିବାର ରାତିରେ ୪ ଜଣ ଯୁବକ ନାବାଳିକାଙ୍କ ଘରେ ପହଁଚିଥିଲେ । ୨ ଜଣ ଘର ବାହାରେ ଜଗି ରହିଥିବାବେଳେ ଆଉ ଦୁଇ ଜଣ ଘର କବାଟ ଭାଂଗି ଭିତରକୁ ପଶିଲେ । ଆଉ କିଛି ଭାବିବା ପୂର୍ବରୁ ହାତରେ ଧରିଥିବା ଏସିଡକୁ ନାବାଳିକାଙ୍କ ଉପରକୁ ଫୋପାଡିଥିଲେ ।
ଏନେଇ ଅଭିଯୋଗ ପରେ ପୋଲିସ ନାବାଳିକାଙ୍କ ଘରେ ଏବଂ ହସପିଟାଲରେ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ କାହିଁକି ଏମାନେ ନାବାଳିକାଙ୍କୁ ଏସିଡ ମାଡ କଲେ ତାହା ଅନ୍ଧାରରେ ରହିଛି । ପାରିବାରିକ କଳହ କିମ୍ବା ପ୍ରେମ ବ୍ୟାପାର ସେନେଇ ପୋଲିସ ତାର ଅନୁସନ୍ଧାନ ଚଳାଇଛି।