ଆସିପାରେ ବନ୍ୟା ପରିସ୍ଥିତି : ଆଗୁଆ ସତର୍କ କଲେ ସରକାର, ମୁକାବିଲା ପାଇଁ ସଜାଗ ରହିବାକୁ ଜିଳ୍ଲାପାଳଙ୍କୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ନିର୍ଦ୍ଦେଶ

39

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି । ରାଜ୍ୟର କିଛି ସ୍ଥାନରେ ବର୍ଷାଜନିତ ବନ୍ୟାର ଆଶଙ୍କା କଲେ ରାଜ୍ୟ ସରକାର । ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ ସତର୍କ ସୂଚନା ଜାରି କରିଛନ୍ତି ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି । ସମ୍ଭାବ୍ୟ ବନ୍ୟାସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ୍ ରହିବାକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗତକିଛି ଦିନ ହେଲା ରାଜ୍ୟର ବିଭିନ୍ନ ଭାଗରେ ଲଗାଣ ବର୍ଷା ଜାରି ଥିବା ବେଳେ ମଙ୍ଗଳବାର ସ୍ଥିତିରେ ପରିବର୍ତ୍ତନ ଆସିଥିଲା । ତେବେ ୧୯ ତାରିଖରେ ଆଉ ଏକ ଲଘୁଚାପ ସୃ୍ଷ୍ଟି ହେବାର ପୂର୍ବାନୁମାନ କରାଯାଇଥିବାରୁ ବନ୍ୟା ଆଶଙ୍କା କରିଛନ୍ତି ରାଜ୍ୟ ସରକାର । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିବ ।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିବ । ପୁରୀ, ଖୋର୍ଧା, ନୟାଗଡ ସମେତ ଉତର ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ସମ୍ବଲପୁର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ ଅନୁଗୁଳ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଭାରି ବର୍ଷା ଆଶଙ୍କା ରହିଛି । ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ । ତେବେ ୧୯ ତାରିଖରେ ଆଉ ଏକ ଲଘୁଚାପ ସୃ୍ଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ତାରିଖ ପରେ ପୁଣି ବର୍ଷା ପରିମାଣ ବଢ଼ି ପାରେ ।