ଇଭିଏମ ହ୍ୟାକିଙ୍ଗ୍ ବିବାଦ ନେଇ ମୁହଁ ଖୋଲିଲେ ମୁଖ୍ୟ ନିର୍ବାଚନ କମିଶନ । କହିଲେ, ଇଭିଏମ ଫୁଟବଲ୍ ନୁହେଁ ଯେ ଏହାକୁ ଟାମ୍ପରିଂ କରିହେବ ।

ଇଭିଏମ୍ ହ୍ୟାକିଙ୍ଗ ବିବାଦ ନେଇ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା । ଅରୋରାଙ୍କ କହିବା ମୁତାବକ ଆମେ ପୁର୍ନବାର ବାଲାଟ୍ ପେପର ଜମାନାକୁ ଫେରିବୁ ନାହିଁ ବରଂ ଇଭିଏମରେ ହିଁ ଆଗାମୀ ନିର୍ବାଚନ ହେବ।

184

କନକ ବ୍ୟୁରୋ: ଇଭିଏମ୍ ହ୍ୟାକିଙ୍ଗ ବିବାଦ ନେଇ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା । ଅରୋରାଙ୍କ କହିବା ମୁତାବକ ଆମେ ପୁର୍ନବାର ବାଲାଟ୍ ପେପର ଜମାନାକୁ ଫେରିବୁ ନାହିଁ ବରଂ ଇଭିଏମରେ ହିଁ ଆଗାମୀ ନିର୍ବାଚନ ହେବ। ଗତ ୨୨ ତାରିଖରେ ଆମେରିକୀୟ ସାଇବର୍ ଏକ୍ସପର୍ଟ ଇଭିଏମ୍ ହ୍ୟାକର ଅଭିଯୋଗ ଆଣିଥିଲେ । ଏବଂ କହିଥିଲେ ଦାବି କରିଥିଲେ ଯେ ସେ ଇଭିଏମ ଡିଜାଇନର ସଦସ୍ୟ ଥିଲେ ଏବଂ ଭାରତରେ ବ୍ୟବହାର କରାଯାଉଥିବା ଇଭିଏମକୁ ହ୍ୟାକ୍ କରାଯାଇ ପାରିବ ଏହାପରେ ରାଜନୀତି ତେଜିବାରେ ଲାଗିଛି ।

ଏପରିକି ଇଭିଏମ ଫୁଟବଲ୍ ନୁହେଁ, ଏଥିରେ କୌଣସି ପ୍ରକାର ଟାମ୍ପରିଂ କରାଯାଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ଦାବି କରିଛନ୍ତି । ଏହା ଉପରେ ସୁନିଲ ଅରୋରା କହିଛନ୍ତି ଯେ, ନିର୍ବାଚନରେ ଆମେ ଇଭିଏମ ଓ ଭିଭିପାଟ୍ସର ବ୍ୟବହାର ଜାରି ରଖିବୁ। ଆମେ ସମସ୍ତ ପକ୍ଷ ଏବଂ ରାଜନୈତିକ ପାର୍ଟିଙ୍କ ଆଲୋଚନା ଓ ମତକୁ ସ୍ଵାଗତ କରୁଛୁ। ଆମକୁ ଭୟଭୀତ ହେବାର କୌଣସି କାରଣ ନାହିଁ । ତେଣୁ ବାଲାଟ୍ ପେପର ଜମାନାକୁ ପୁର୍ନବାର ଫେରି ହେବ ନାହିଁ। ଇଭିଏମରେ ହିଁ ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି।

ସଇଦ ସୁଜା ନାମକ ଏକ୍ସପର୍ଟ ଦାବି କରିଥିଲେ ଯେ ୨୦୧୪ର ଲୋକସଭା ନିର୍ବାଚନରେ ଇଭିଏମକୁ ହ୍ୟାକ୍ କରାଯାଇଥିଲା । ଏହା ପରେ ନିର୍ବାଚନ ଆୟୋଗ ଦିଲ୍ଲୀ ପୋଲିସକୁ ପତ୍ର ଲେଖି ପୂରା ମାମଲାର ଯାଞ୍ଚ କରିବାକୁ ଦାବି କରିଥିଲେ । ଅନ୍ୟପଟେ ବିରୋଧୀଦଳ ଗୁଡ଼ିକ ପକ୍ଷରୁ ମଧ୍ୟ ଆଗାମୀ ନିର୍ବାଚନରେ ବାଲାଟ ପେପର ବ୍ୟବହାର ପାଇଁ ଦାବି ଉଠିଛି ।