ଅସ୍ତରଙ୍ଗ ପୋଲିସ କବଜାରେ ମିସ ୪୨୦: ଚାକିରି ଦେବା ନାଁରେ ଠକେଇ, ସହଯୋଗୀଙ୍କ ସହ ମିଶି ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରୁଥିଲେ ମୋଟା ଅଙ୍କର ଅର୍ଥ

77

କନକ ବ୍ୟୁରୋ: ପୋଲିସ କବ୍ଚାରେ ମିସ୍-୪୨୦ । ଚାକିରି ଦେବା ନାଁରେ କରୁଥିଲେ ଠକେଇ । ପୁରୀ ଜିଲ୍ଲା ଅସ୍ତରଙ୍ଗ ପୋଲିସ ଏମିତି ଜଣେ ଠକ ଯୁବତୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି ଜେଲ୍ ପଠାଇଛି । ଭୁବନେଶ୍ୱରରେ ଏକ ସଂସ୍ଥା ଖୋଲି କଲେଜ୍ ପଢୁଆ ଛାତ୍ରଛାତ୍ରୀଙ୍କୁ ଚାକିରି କରାଇ ଦେବା ନାଁରେ ଠକୁଥିଲେ ଅଭିଯୁକ୍ତ ଯୁବତୀ ଜଣକ ।

ନିଜର ଜଣେ ସହଯୋଗୀଙ୍କ ସହ ମିଶି ବିଭିନ୍ନ ଅଂଚଳରୁ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରୁଥିଲେ । ପରେ ସେମାନଙ୍କ ଘରକୁ ନିଜେ ଯାଇ କିମ୍ବା କୌଣସି ମଧ୍ୟସ୍ଥିଙ୍କ ଦ୍ୱାରା ଚାକିରି ପ୍ରଲୋଭନ ଦେଖାଇ ମୋଟା ଅଙ୍କର ଟଙ୍କା ଆଣୁଥିଲେ । ତେବେ ଅସ୍ତରଙ୍ଗ ଅଂଚଳର ଏକ ପରିବାରଠାରୁ ସେମାନଙ୍କ ଦୁଇ ଝିଅକୁ ବି.ଟେକ୍ ରେ ନାମ ଲେଖାଇ ଦେବା ସହ ଚାକିରି ଲୋଭ ଦେଖାଇ ୨୦ ହଜାର ଟଙ୍କା ନେଇଥିଲେ ।

ହେଲେ ଭୁବନେଶ୍ୱର ଦୌଡି ଦୌଡି ନିରାଶ ହେବା ପରେ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ ଠକେଇର ଶିକାର ହୋଇଥିବା ପରିବାର । ଆଉ ଲିଙ୍ଗରାଜ ଥାନା ଅସ୍ତରଙ୍ଗ ପୋଲିସକୁ ଜଣାଇବା ପରେ ଠକ ଯୁବତୀ ଓ ତାର ସହଯୋଗୀଙ୍କୁ ଗିରଫ କରାଯାଇଛି ।