କରୁଣାନିଧିଙ୍କ କଳାଚଷମାର ରହସ୍ୟ ! ୪୦ ଦିନର ସନ୍ଧାନ ପରେ ଖାସ୍ ଜର୍ମାନୀରୁ ଆସିଥିଲା ଚଷମା ।

32

ଦକ୍ଷିଣ ଭାରତ ରାଜନୀତିର ପିତାମହ ବୋଲାଉଥିବା ଏମ୍.କରୁଣାନିଧିଙ୍କ ମଙ୍ଗଳବାର ମୃତ୍ୟୁ ହୋଇଯାଇଛି । ତେବେ କରୁଣାନିଧିଙ୍କ ବ୍ୟକ୍ତିତ୍ୱର ଚିତ୍ରକୁ ଯେତେବେଳେ ମନେପକାଯାଏ ପ୍ରଥମେ ଧଳାପୋଷାକ , ହଳଦିଆ ଉତରୀୟ ଏବଂ କଳାଚଷମା ପିନ୍ଧା ମୁହଁ ଆଖି ସାମ୍ମାକୁ ଚାଲିଆସେ । କରୁଣାନିଧି ଗତ ୫୦ ବର୍ଷ ଧରି ଚଷମା ପିନ୍ଧି ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ କଳାଚଷମାର ସମ୍ପୁର୍ଣ୍ଣ କାହାଣୀ ।

୧୯୬୦ ଦଶକରୁ ସେ କଳାଚଷମା ପିନ୍ଧିବା ଆରମ୍ଭ କରିଥିଲେ ଯାହା ପଛରେ ଥିଲା ଏକ ବଡ କାରଣ । ଏକ ଦୂର୍ଘଟଣାରେ ତାଙ୍କ ବାମ ଆଖିରେ ଗଭୀର ଆଘାତ ଲାଗିଥିଲା । ଏହି ଦୂର୍ଘଟଣାପରେ ମୋଟା ଫ୍ରେମ୍ ଥିବା ଏହି କଳାଚଷମାଟି କରୁଣାନିଧିଙ୍କ ଷ୍ଟାଇଲରେ ସାମିଲ ହୋଇଗଲା । ତେବେ ଷ୍ଟାଇଲରେ କରୁଣାନିଧି କାହାଠାରୁ କମ୍ ନଥିଲେ । ପ୍ରତିଦିନ ଦାଢୀ କାଟିବା,କଡା ଆଇରନ୍ ଦିଆଯାଇଥିବା ଧଳା ପୋଷାକ ଏବଂ ହଳଦିଆ ଉତରୀୟ ଥିଲା ତାଙ୍କ ବେଶପରିପାଟିର ମୁଖ୍ୟ ଶ୍ରୋତ । ତେବେ ଗତବର୍ଷ ତାଙ୍କ ଡାକ୍ତର ଚଷମାର ଫ୍ରେମ୍ ବଦଳାଇବାକୁ କରୁଣାନିଧିଙ୍କୁ କହିଥିଲେ ଏବଂ ଚଷମା ପାଇଁ ଖୋଜାଚାଲିଲା ଉପଯୁକ୍ତ ଫ୍ରେମ୍ । ତେବେ ସମ୍ପୁର୍ଣ୍ଣ ଦେଶରେ ୪୦ ଦିନର ସନ୍ଧାନ ପରେ ଶେଷରେ ଜର୍ମାନୀରୁ ତାଙ୍କୁ ସୁହାଉଥିଲା ଭଳି ଫ୍ରେମ୍ ମଗାଯାଇଥିଲା । ଜର୍ମାନୀରୁ ଏହି ଚଷମାକୁ ବେଷ୍ଟ ବିଜୟା ଅପ୍ଟିକାଲ୍ ଚେନ୍ନାଇକୁ ଆମଦାନୀ କରିଥିଲା । ତେବେ ଓଜନରେ ଏହି ଫ୍ରେମ୍ ଖୁବ୍ ହାଲୁକା ଥିଲା । ତେବେ ୪୬ ବର୍ଷ ପରେ ଡାକ୍ତରଙ୍କ କହିବାନୁସାରେ କରୁଣାନିଧି ଚଷମାର ଫ୍ରେମ୍ ବଦଳାଇଥିଲେ ।

ତେବେ ଏକ ରୋଚକ କଥା ହେଉଛି କି କରୁଣାନିଧିଙ୍କ ବନ୍ଧୁରୁ ତାଙ୍କ ପ୍ରତିଦ୍ୱନ୍ଦୀ ସାଜିଥିବା ଏମଜିଆର୍ ମଧ୍ୟ କଳାଚଷମାର ସୌଖିନ ଅଟନ୍ତି । ଏମିତି କି ମୃତ୍ୟୁ ସମୟରେ ତାଙ୍କର ଟୋପି ଏବଂ ଚଷମା ସହିତ ତାଙ୍କୁ କବର ଦିଆଯାଇଥିଲା । ରାଜନୀତି ମଇଦାନରେ ଉଭୟ କରୁଣାନିଧି ଏବଂ ଏମଜିଆର୍ କଳାଚଷମାକୁ ଏକ ଫ୍ୟାସନରେ ପରିଣତ କରିଥିଲେ ।