ଆତଙ୍କବାଦୀଙ୍କ ଗତିବିଧି ଉପରେ ଆକାଶରୁ ନଜର ରଖିବ ଭାରତ ! ଆଜି ଶ୍ରୀହରିକୋଟାରୁ ମହାକାଶକୁ ପଠାଯିବ ଇଲୋକ୍ଟୋନିକ୍ସ ଇଂଟିଲିଜେନ୍ସ ସାଟେଲାଇଟ୍

165

କନକ ବ୍ୟୁରୋ : ମହାକାଶ ଯାତ୍ରାରେ ପୁଣି ଇତିହାସ ରଚିବ ଭାରତ । ଆଂଟି ସାଟେଲାଇଟ୍ ମିଶାଇଲ ପରୀକ୍ଷଣ ପରେ ଇସ୍ରୋ ଆଜି ଇଲୋକ୍ଟୋନିକ୍ସ ଇଂଟିଲିଜେନ୍ସ ସାଟେଲାଇଟ୍ ବା ଏମିସାଟକୁ ମହାକାଶକୁ ପ୍ରକ୍ଷେପଣ କରିବ । ଏଥିପାଇଁ କାଉଂଟଡାଉନ ଆରମ୍ଭ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ରକେଟ ପୋର୍ଟରୁ ଆଜି ସକାଳ ୯ଟା ୨୭ ମିନିଟରେ ପିଏସଏଲଭି ଜରିଆରେ ଏମିସାଟ ସହ ଅନ୍ୟ ଦେଶର ୨୮ ଉପଗ୍ରହ ସହ ମହାକାଶକୁ ପ୍ରକ୍ଷେପଣ କରାଯିବ । ଏମିସାଟ ସହ ୨୮ ଉପଗ୍ରହକୁ ନେଇ ପିଏସଏଲଭି ତିନିଟି ଅଲଗା ଅଲଗା କକ୍ଷପଥରେ ସ୍ଥାପିତ କରିବ ।

ଏମିସାଟର ପ୍ରକ୍ଷେପଣ ରକ୍ଷା ବିକାଶ ସଂଗଠନ ବା ଡିଆରଡିଓ ପାଇଁ କରାଯାଉଛି । ଶତ୍ରୁ ଦେଶ ପାକିସ୍ତାନ ତଥା ଆତଙ୍କବାଦୀଙ୍କ ଉପରେ ନଜର ରଖିବା ପାଇଁ ଏମିସାଟ୍ ଖୁବ ଗୁରୁତ୍ୱ ବହନ କରୁଛି । ତେବେ ଏହି ଉତକ୍ଷେପଣ ପାଇଁ ପାଖାପାଖି ୧୮୦ ମିନିଟ୍ ଲାଗିବ । ଏମିସାଟ୍ ବ୍ୟତୀତ ଲଂଚ ହେବାକୁ ଥିବା ୨୮ ଉପଗ୍ରହର ଓଜନ ୨୨୦ କିଲୋଗ୍ରାମ୍ । ସୂଚନା ଅନୁସାରେ ୪ ପର୍ଯ୍ୟାୟ ଯୁକ୍ତ ପିଏସଏଲଭି-ସି ୪୫ ଶ୍ରୀହରୀକୋଟାର ମହାକାଶ କେନ୍ଦ୍ରର ୨ୟ ଲଞ୍ଜିଙ୍ଗ ପ୍ୟାଡରୁ ସୋମବାର ୯ଟା ୨୭ରେ ଉତକ୍ଷେପଣ କରାଯିବ ।