କନକ ବ୍ୟୁରୋ : ଦକ୍ଷିଣ ନେପାଳର କେତୋଟି ଗାଁ’ରେ ଭୀଷଣ ଝଡ଼ବର୍ଷା ହେବାରୁ ଅନ୍ୟୂନ  ୩୧  ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୪୦୦ ଜଣ ଆହତ ହୋଇଥିବା କଥା ସୋମବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ରବିବାର ସନ୍ଧ୍ୟା ବେଳେ ବାରା ଓ ପାର୍ସା ଅଞ୍ଚଳର କେତେଗୁଡ଼ିଏ ଗାଁରେ ଝଡ଼ବର୍ଷା ହୋଇଥିବା କଥା ଗୃହମନ୍ତ୍ରଣାଆଳୟର ଅଧିକାରୀମାନେ କହିଛନ୍ତି।

Advertisment

publive-imageନେସନାଲ ଏମରଜେନ୍ସି ଅପରେସନ୍ ସେଣ୍ଟର୍ କହିଛି କି, ବିଭିନ୍ନ ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା କରାଯାଉଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମୃତବ୍ୟକ୍ତିଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସବୁକୁ ସମ୍ବେଦନା ଜଣାଇଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଲାଗି ସେନା ଓ ପୁଲିସ ପଠାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।