ସଙ୍କଟରେ ଗଜରାଜ : କେନ୍ଦୁଝର ସଦର ବନାଂଚଳରେ ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

90

କନକ ବ୍ୟୁରୋ : ରାଜ୍ୟରେ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ବଢ଼ିଚାଲିଛି । ଟ୍ରେନ ଧକ୍କାରେ ହାତୀ ମୃତ । କେନ୍ଦୁଝର ସଦର ବ୍ଲକ ନରଣପୁର ଷ୍ଟେସନ ନିକଟ ରାମଚନ୍ଦ୍ରପୁର ପ୍ଲାଂଟ ପାଖ ରେଳଧାରଣାରେ ଗତ ରାତି ପ୍ରାୟ ୧୦ଟାବେଳେ ଏକ ମାଲବାହୀ ଟ୍ରେନ ଧକ୍କାରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି । ପ୍ରାୟ ୯ଟି ହାତୀ ରେଳ ଧାରଣା ପାର ହେଉଥିଲେ । ଗୋଟିଏ ହାତୀ ଟ୍ରେନ ଧକ୍କାରେ ପ୍ରାଣ ହରାଇଥିଲାବେଳେ ଅନ୍ୟଗୁଡିକ ଅଳ୍ପକେ ବର୍ତିଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି ।

ଏହି ଅଂଚଳରେ ସାଧାରଣତଃ ଅନେକ ସମୟରେ ହାତୀ ବିଚରଣ କରିଥାନ୍ତି । ଆଜି ହାତୀପଲ ରେଳ ଧାରଣା ପାରି ହେଉଥିବାବେଳେ ମାଲବାହୀ ଟ୍ରେନ ଆଗରେ ପଡିଯାଇଥିଲେ । ତେବେ ଗୋଟିଏ ମାଈ ହାତୀ ଧାରଣାରେ ଥିବାରୁ କଟିଯାଇ ମୃତ୍ୟୁ ହୋଇଛି । ଅନ୍ୟ ୮ଟି ହାତୀ ସେଇ ପାଖାପାଖି ଥିବା ଜଣାପଡିଛି । ଖବର ପାଇଁ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିଛନ୍ତି ।