ଠିକଣା ନୁହେଁ, ୬ ଡିଜିଟର ସଂଖ୍ୟା ଲେଖିଲେ ଘରେ ପହଞ୍ଚିଯିବ ଚିଠି ! ଆଧାର ଭଳି ଆପଣଙ୍କ ଘର ପାଇଁ ତିଆରି ହେବ କୋଡ୍ । ସରକାର କରୁଛନ୍ତି ଯୋଜନା

63

ଡିଜିଟାଲ ହେଉଛି ଭାରତ । ଏଣିକି ଚିଠି ପଠାଇବାକୁ ହେଲେ ଆଉ ପୂରା ଠିକଣା ଲେଖିବାକୁ ପଡିବନି । ବାସ ଖାଲି ଗୋଟିଏ କୋଡରେ ଚିଠି ପହଞ୍ଚିବ ଆପଣ ପଠାଇଥିବା ବ୍ୟକ୍ତିଙ୍କ ପାଖରେ । ଆଧାରକାର୍ଡର ସ୍ୱତନ୍ତ୍ର କୋର୍ଡ ଭଳି ପ୍ରତି ଘର ପାଇଁ ମଧ୍ୟ ସରକାର ସ୍ୱତନ୍ତ୍ର କୋର୍ଡ ଲାଗୁ କରିବାକୁ ଯାଉଛନ୍ତି । ଏହି କୋର୍ଡରେ ଘରର ସମ୍ପୂର୍ଣ୍ଣ ତଥ୍ୟ ରହିବ ବୋଲି ସୂଚନା ମିଳିଛି । ଠିକ୍ ସେହିଭଳି ଗୁଗୁଲ ମ୍ୟାପରୁ ମଧ୍ୟ ଘର ଖୋଜିବାକୁ ହେଲେ ପୂରା ଠିକଣା ବଦଳରେ ଘରର କୋର୍ଡ ଦେଇଦେଲେ ଘରର ସ୍ଥିିତି ସର୍ମ୍ପକରେ ଜାଣିହେବ ।

Indian_Postal_Service_TATA_Delivery_Van,_Pune_Maharashtra,_July_2013ଏହି ଇ-ଆଡ୍ରେର୍ସକୁ ପ୍ରଚଳନ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହି ଯୋଜନାର ଶୁଭାରମ୍ଭ ଦିଲ୍ଲୀ, ନୋଏଡା, ଓ ବୋକାରୋରୁ ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଏହି ଯୋଜନାରେ ଆପଣଙ୍କ ଘର କିମ୍ବା ଅଫିସର ଭୌଗଳିକ ଠିକଣାକୁ ଟ୍ୟାଗ କରାଯିବ । ଏହାସହ ଏହି ଠିକଣାକୁ ଡିଜିଟାଲ ମ୍ୟାପ ସହ ଯୋଡାଯିବ । ଏଥିପାଇଁ ପରିବାର ସଦସ୍ୟଙ୍କ ମୋବାଇଲ ନମ୍ବର ଓ ଆଧାର ନମ୍ବର ମଧ୍ୟ ଆବଶ୍ୟକ । ମ୍ୟାପ ମାଇଁ ଇଣ୍ଡିଆ ନାମକ କମ୍ପାନି ଡାକ ବିଭାଗ ସହାୟତାରେ ଇ ଲକ ନାମକ ଏକ ସଫ୍ଟୱେୟାର ବିକଶିତ କରୁଛି । ଯାହା ଜରିଆରେ ଡିଜିଟାଲ କୋଡ ମିଳିପାରିବ । ୬ ଅଙ୍କ ବିଶିଷ୍ଟ ଏହି ଆଲ୍ଫା ନ୍ୟୁମରିକ କୋର୍ଡରେ ସଂଖ୍ୟା ରହିବା ସହ ଶବ୍ଦ ମଧ୍ୟ ରହିବ । ଏହି କୋର୍ଡରେ ଘରର ଠିକଣା ସହ ଘରକୁ ରାସ୍ତା, ଜିଲ୍ଲା, ରାଜ୍ୟ ଓ ଦେଶର ସମ୍ପୂର୍ଣ୍ଣ ତଥ୍ୟ ରହିବ ।

ଗୁଗୁଲ ଭଳି ଅନ୍ୟ ଡିଜିଟାଲ ମ୍ୟାପରେ ଏହି ୬ ଅଙ୍କ ବିଶିଷ୍ଟ କୋର୍ଡ ଦେବା ମାତ୍ରେ ଆପଣଙ୍କୁ ଘରର ପୁରା ଠିକଣା ସହ ଭୌଗଳିକ ସ୍ଥିତି ସର୍ମ୍ପକରେ ସୂଚନା ଦେବ । କେବଳ ଏହା ଡାକ ବିଭାଗ ପାଇଁ ନୁହେଁ ବରଂ ଆମ୍ବୁଲାନ୍ସ ସେବା, ଜରୁରୀକାଳୀନ ସେବା ଓ କୋରିଅର ସେବା କ୍ଷେତ୍ରରେ ମଧ୍ୟ ବେଶ ସାହାଯ୍ୟ କରିବ । ପ୍ରଥମେ ଏହି ସେବା ଦିଲ୍ଲୀ, ନୋଏଡା ଓ ଝାରଖଣ୍ଡର ବୋକାରୋରେ ଆରମ୍ଭ ହେବାକୁ ଥିବା ବେଳେ ପରେ ଏହା ଦେଶର ଅନ୍ୟ ସ୍ଥାନରେ ଆରମ୍ଭ କରାଯିବ । ଏହି ୪ ଅଙ୍କ ବିଶିଷ୍ଟ କୋଡ ସହାୟତାରେ ଯେ ଲୋକ ଯେକୌଣସି ସ୍ଥାନରେ ପହଞ୍ଚିପାରିବ ।

ସୌଜନ୍ୟ : ନଈଦୁନିଆ