ଢେଙ୍କାନାଳ : ମୁଖ୍ୟ ପୋଷ୍ଟ ଅଫିସ୍ ସୁପରିଟେଣ୍ଡେଂଟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

56

ଢେକାଂନାଳ : ଢେକାଂନାଳ ମୁଖ୍ୟ ପୋଷ୍ଟ ଅଫିସର ସୁପରିଟେଣ୍ଡଂଟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ । ଅଶୋଭନୀୟ ଆଚରଣ କରୁଥିବା ଅଭିଯୋଗ କରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ଟଙ୍କା ବଦଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଭାଗୀୟ ମୁଖ୍ୟ ବିଷ୍ଣୁମୋହନ ଦାସମହାପାତ୍ର ତାଂକ ଅଧିନସ୍ଥ କର୍ମଚାରୀ ମାନଙ୍କୁ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଗତକାଲି ରାତିତମାମ ଧାରଣାରେ ବସିଥିଲେ କର୍ମଚାରୀ । କର୍ମଚାରୀ ନିର୍ଯାତନା ପ୍ରତିବାଦରେ ଢେଙ୍କାନାଳ-ଅନୁଗୁଳ ଡିଭିଜନର ୪୭୪ଟି ପୋଷ୍ଟ ଅଫିସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କର୍ମଚାରୀ ।

ଏପରିକି ସୁପରିଟେଣ୍ଡେଂଟ, ଅଧସ୍ତନ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଚାକିରିରୁ ବରଖାସ୍ତ କରିବାର ଧମକ ଦେଉଥିବା କର୍ମଚାରୀମାନେ ଅଭିଯୋଗ କରିଚନ୍ତି । ଜିଲ୍ଲାରେ ଥିବା ସମସ୍ତ ଡାକ କର୍ମଚାରୀ ଏବଂ ଅନୁଗୁଳ ଜିଲ୍ଲା ଡାକ କର୍ମଚାରୀମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଅଚଳ ନୋଟକୁ ଚଳାଇବାକୁ ବର୍ତମାନ ଲୋକମାନେ ଡାକଘର ଉପରେ ନିର୍ଭରଶୀଳ ଥିବାବେଳେ ଏଭଳି ବନ୍ଦ ପରିସ୍ଥିତି ସାଧାରଣ ଲୋକଂକୁ ଅସୁବିଧାରେ ପକାଇଛି ।