ଢ଼େଙ୍କାନାଳ ପରଜଙ୍ଗ ସୁରଥନାଳ ଗାଁରେ ଭୟାଭୟ ଅଗ୍ନିକାଣ୍ଡ : ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଜଳିଗଲା ୨୦ବଖରା ଘର

20

କନକ ବ୍ୟୁରୋ : ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସୁରଥନାଳ ଗାଁରେ ଭୟାଭୟ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୨୦ ବଖରା ଘର ପୋଡି ଯାଇଛି । ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତର ଖବର ନଥିବା ବେଳେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଥିବା ଜଣାପଡିଛି ।