ଭାରତୀୟ ସିନେମାରେ ଶ୍ରୀଦେବୀ ଜଣେ ଏମିତି କଳାକାର ଯାହାକୁ ବିଗତ ସମୟରେ ଲେଡି ଅମିତାଭ ବଚ୍ଚନଙ୍କ ଉପାଧି ମଳିଥିଲା । ଶ୍ରୀଦେବୀ ତାଙ୍କ ପେଶାଦାର ଜୀବନ ଆରମ୍ଭ କରିଥିଲ ମାତ୍ର ୪ ବର୍ଷ ବୟସରୁ । ସେବେଠାରୁ ଏବେ ପର୍ଯ୍ୟନ୍ତ ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ଅନେକ ସୁପରିହିଟ ସିନେମାରେ ଅଭିନୟ କରିସାରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଆମେ ଆପଣଙ୍କୁ ଶ୍ରୀଦେବୀଙ୍କ ଏମିତି ଏକ ସିନେମା ବିଷୟରେ କହିବୁ ଯାହାର ଚର୍ଚ୍ଚା ଆଜି ଯାଏ ହେଉଛି । ପ୍ରକୃତକଥା ହେଲା ୧୯୭୬ରୁ ୧୯୮୨ ମଧ୍ୟରେ ଶ୍ରୀଦେବୀ ଅନେକ ତେଲଗୁ ଓ ତାମିଲ ସିନେମାରେ ଅଭିନୟ କରିଥିଲେ, ଯେଉଁଠି ସେ ରଜନୀକାନ୍ତ ଓ କମଲ ହାସନଙ୍କ ପରି ଦକ୍ଷିଣୀ ସୁରପଷ୍ଠାରଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ।
କେବଳ ଏତିକି ନୁହଁ ମାତ୍ର ୧୩ ବର୍ଷ ବୟସରେ ଶ୍ରୀଦେବୀ ଦକ୍ଷିଣୀ ସୁପରଷ୍ଟାର ରଜନୀକାନ୍ତଙ୍କ ମା’ଙ୍କ ଭୂମିକାରେ ଅଭିନୟ କରିଥିଲେ । ତାହା ଏକ ତାମିଲ ସିନେମା ଥିଲା ଓ ଯାହାର ନାମ ହେଲା ‘ମୁନ୍ଦରୁ ମୁଦିଚୁ’ । ସେହି ସମୟରେ ରଜନୀକାନ୍ତ ଥିଲେ ଜଣେ ସୁପରଷ୍ଟାର । କିନ୍ତୁ ଯେତେବେଳ ଏହି ସିନେମା ରିଲିଜ ହୋଇଥିଲା ରଜନୀକାନ୍ତଙ୍କ ଅପେକ୍ଷା ଶ୍ରୀଦେବୀଙ୍କ ଅଭିନୟକୁ ତାରିଫ କରିଥିଲେ ଲୋକେ ।
କେବଳ ଏତିକି ନୁହଁ ଏହି ସିନେମାରେ ଲୋକପ୍ରିୟତା ପାଇବା ପରେ ଶ୍ରୀଦେବୀ ‘ଧର୍ମଯୁଦ୍ଧ’ ସିନେମାରେ ରଜନୀକାନ୍ତଙ୍କ ପ୍ରେମିକା ଭୂମିକାରେ ସେ ନଜର ଆସିଥିଲେ । ଶ୍ରୀଦେବୀ ଜଣେ ଏମିତ ଅଭିନେତ୍ରୀ ଯିଏ ସବୁ ଭୂମିକାରେ ଜୀବନ୍ତ ଅଭିନୟ କରିପାରନ୍ତି ।