ଦାର୍ଜିଲିଂରେ ଶାନ୍ତି ଫେରାଇ ଆଣିବା ପାଇଁ ନିବେଦନ କଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ !

45

କନକ ବ୍ୟୁରୋ: ଦାର୍ଜିଲିଂରେ ଶାନ୍ତି ଫେରାଇ ଆଣିବା ପାଇଁ ନିବେଦନ କଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଦଳମତ ନିର୍ବିଶେଷରେ ସମସ୍ତେ ଦାର୍ଜିଲିଂରେ ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା କରିବା ଉଚିତ୍ ବୋଲି ରାଜନାଥ କହିଛନ୍ତି । ଭାରତ ପରି ଏକ ଦେଶରେ ହିଂସା ମାଧ୍ୟମରେ କୌ÷ଣସି ସମସ୍ୟାର ସମାଧାନ ହୁଏ ନାହିଁ ।

ବରଂ ସମାଧାନ ପାଇଁ ପରସ୍ପର ସହ ଆଲୋଚନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜନାଥ । ସେପଟେ ଦାର୍ଜିଲିଂରେ କେବେ ଶାନ୍ତି ଫେରିବ ଏହାକୁ ନେଇ ନୀରବ ଶୋଭାଯାତ୍ରା କରିଛନ୍ତି ଦାର୍ଜିଲିଂବାସୀ । ଶୋଭାଯାତ୍ରାକାରୀ ଆମେ ଶାନ୍ତି ଚାହୁଁ ଲେଖାଥିବା ପ୍ଲାକାର୍ଡ ଧରି ନୀରବ ଶୋଭାଯାତ୍ରା କରୁଥିବାର ଦେଖିବାକୁ ମିଳିଛି । ପୁଲିସର ଦମନ ଲୀଳା ବନ୍ଦ କରି ପାହାଡରେ ଶାନ୍ତି ଫେରାଇ ଆଣିବାକୁ ଏହି ଶୋଭାଯାତ୍ରା ଦ୍ୱାରା ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଦାର୍ଜିଲିଂବାସୀ  ।