କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନ ! ବିଜେପିକୁ ଇସାରା କରି କହିଲେ, ବେପାରୀଙ୍କ ଔରସରୁ ହୋଇଛନ୍ତି ଜନ୍ମ

28

କନକ ବ୍ୟୁରୋ : ଚାଷ ଓ ଚାଷୀକୁ ନେଇ ଆଜି ରାଜଧାନୀରେ ହାଇପ୍ରୋଫାଇଲ ଡ୍ରାମା ଦେଖାଇଥିଲେ ତିନି ପ୍ରମୁଖ ରାଜନୈତିକ ଦଳ । ଗୋଟିଏ ପଟେ ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ହଙ୍ଗାମା ଚାଲିଥିବା ବେଳେ ଆଉ ଗୋଟିଏ ପଟେ ବିବାଦୀୟ ବୟାନ ରଖିଛନ୍ତି କୃଷିମନ୍ତ୍ରୀ ଡାକ୍ତର ଦାମୋଦର । କହିଛନ୍ତି, ସେ ଚଷାର ଔରସରୁ ଏବଂ ଜଣେ ଚାଷୁଣୀର ଗର୍ଭରୁ ଜନ୍ମ ହୋଇଛନ୍ତି । ବିଜେପି ଆଡକୁ ଇଙ୍ଗିତ କରି କହିଛନ୍ତି, ଯେଉଁମାନେ ବେପାରୀଙ୍କ ଓøରସରୁ ଏବଂ ବେପାରୀଙ୍କ ଗର୍ଭରୁ ଜନ୍ମ ହୋଇଛନ୍ତି, ସେମାନେ ଚାଷୀଙ୍କ ମର୍ମବେଦନା ବୁଝିବେ କେମିତି ।

ଏହାସହ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି କହିଥିଲେ, ମୁଁ କୃଷିମନ୍ତ୍ରୀ ଅଛି ।ମୋ ସହ ଭେଟି ଆଲୋଚନା କରୁନାହାନ୍ତି । ଏଭଳି କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି । । ଠିକ ଯେମିତି ଅତୀତରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ବାଏଁ ବାଏଁ ଉଡେଇ ଦେଇଥିଲେ ଦାମ ବାବୁ, ଠିକ ସେଭଳି ନିଜ ବିବାଦୀୟ ବୟାନ ଜରିଆରେ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରୁ ନଜର ହଟାଇବାର ତରିକା ବୁଝିଗଲେଣି ଏହି ଅଭିଜ୍ଞ ମନ୍ତ୍ରୀ ।