ବାତ୍ୟା ଭର୍ଦା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା: ସ୍କୁଲ କଲେଜ ବନ୍ଦ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

18

କନକ ବ୍ୟୁରୋ : ବାତ୍ୟା ଭର୍ଦା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା । ଗତକାଲି ରାତିରୁ ଚେନ୍ନାଇ ଓ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ହେଉଛି । ଆଜି ଅପରାହ୍ନ ସୁଦ୍ଧା ଏହା ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭର୍ଦା ପାଇଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଟ୍ରେନକୁ ବାତିଲ କରିଦିଆଯାଇଥିବାବେଳେ କେତେକ ଟ୍ରେନର ସମୟ ପରିବର୍ତନ କରାଯାଇଛି । ଏହାସହ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି । ବାତ୍ୟା ଭର୍ଦା ପୂର୍ବ ଉତରପୂର୍ବ ଚେନ୍ନାଇଠାରୁ ୧୫୦ କିଲୋମିଟର ଦୂରରେ ରହିଛି ।