କଟକରେ ଅଭାବନୀୟ କାଣ୍ଡ । ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ମନ୍ଦିର ନିକଟରେ ବୃଦ୍ଧ ଦମ୍ପତିଙ୍କୁ ମୃତ ଦେହ ଠାବ , ହତ୍ୟାସ୍ଥଳରେ ପଡିଛି ଧାରୁଆ ଅସ୍ତ୍ର ଓ ରକ୍ତ ଛିଟା

251

କନକ ବ୍ୟୁରୋ : କଟକରୁ ଆସିଛି ହତ୍ୟାକାଣ୍ଡର ଖବର । ଜଣେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ । କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ଶିବ ମନ୍ଦିର ନିକଟରୁ ସେମାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟାକାଣ୍ଡ ସ୍ଥଳରେ ଧାରୁଆ ଅସ୍ତ୍ର ଓ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଛି । ତେବେ ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳକୁ ଆସିବା ପୂର୍ବରୁ ସ୍ଥାନୀୟ ଅଂଚଳକୁ ବନ୍ଦ କରି ରଖିଛି ପୁଲିସ ।

ଦମ୍ପତିଙ୍କ ଘରେ ମୁକୁଳାପଡିଥିବା ଆଲମିରାରୁ ଟଙ୍କା ଲୁଟ୍ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମୃତକଙ୍କ କେହି ଜଣାଶୁଣା ବ୍ୟକ୍ତି କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ଖବର ପାଇ ଘଟଣାସ୍ଥଳରେ କଟକ ଡିସିପି ସମେତ ବରିଷ୍ଠ ଅଧିକାରୀ ପହଂଚି ତଦନ୍ତ ଜାରି ରଖିଛନ୍ତି ।