ନାଗରିକତା ସଂଶୋଧନ ବିଲ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର । ଆଇନରେ ପରିଣତ ହେଲା ବିଲ୍ : ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଭାରତରେ ମିଳିବ ନାଗରିକତା 

266

କନକ ବ୍ୟୁରୋ : ବହୁ ଚର୍ଚିତ ନାଗରିକତା ସଂଶୋଧନ ବିଲ୍ -୨୦୧୯କୁ ମିଳିଛି ରାଷ୍ଟ୍ରପତିଙ୍କ ମଂଜୁରୀ । ଗତକାଲି ରାତିରେ ରାଷ୍ଟ୍ରପତିଙ୍କୁ ମଂଜୁରୀ ପରେ ପରେ ପ୍ରକାଶ ପାଇଛି ଗେଜେଟ ବିଜ୍ଞପ୍ତି । ସୋମବାର ଏହି ବିଲ୍ ଲୋକସଭାରେ ଏବଂ ବୁଧବାର ଦିନ ରାଜ୍ୟ ସଭାରେ ଗୃହୀତ ହୋଇଥିଲା । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଏହା ଏବେ ଆଇନରେ ପରିଣତ ହୋଇଛି ।

ଏହି ଆଇନ ବଳରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତରେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ୍ ସଂପ୍ରଦାୟର ଶରଣାର୍ଥୀଙ୍କୁ ଭାରତର ନାଗରିକତା ଅଧିକାର ମିଳିବ । ତେବେ ଉତର-ପୂର୍ବାଂଚଳ ରାଜ୍ୟଗୁଡିକରେ ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ତୀବ୍ର ବିରୋଧ ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.