କୁମ୍ଭୀର ପାଟିରୁ ଅଳ୍ପକେ ବର୍ତିଲା ଜୀବନ ! ୮ ଫୁଟିଆ ମଗର ସହ ଲଢ଼ି ମୃତ୍ୟୁକୁ ମାତ୍ ଦେଲେ ରାଜକନିକାର ଭବାନୀ ମଣ୍ଡଳ

79

କନକ ବ୍ୟୁରୋ : ୮ ଫୁଟିଆ କୁମ୍ଭୀର ସହ ମହିଳାଙ୍କ ଲଢେଇ । ଆସନ୍ନ ମୃତ୍ୟୁମୁଖରୁ ବଂଚି ଯାଇଛନ୍ତି ଭବାନୀ ମଣ୍ଡଳ । ବିପଦ ବେଳେ ସାଧାରଣ ଲୋକଟିଏ  ଯେତେବେଳେ ଏପରି ପରିସ୍ଥିତିରେ ସାହାସ ଜୁଟାଇପାରେନାହିଁ, ସେତେବେଳ ଏହି ମହିଳା ଜଣକ ଅସାଧାରଣ ସାହାସ ଦେଖାଇ ମୃତ୍ୟୁକୁ ମାତ ଦେଇଛନ୍ତି । କେନ୍ଦ୍ରାପଡା ରାଜନଗର ବ୍ଲକ  ଦେବେନ୍ଦ୍ରନାରାୟଣପୁରର ଭବାନୀ ମଣ୍ଡଳ ମଣିଷ ଖିଆ କୁମ୍ଭୀର ସହ ପାଖାପାଖି ୧୫ ମିନିଟ ଧରି ଲଢେଇ କରିବା ପରେ ମୃତ୍ୟୁ ମୁହଁରୁ ଖସି ପଳାଇଆସିଛନ୍ତି ।

ଗାଈ ଖୋଜିବାକୁ ଯାଇଥିବା ବେଳେ ବାଉଁଶଗଡ ନାଳ ପାଖରେ ହଠାତ ମହିଳାଙ୍କୁ ଆକ୍ରମଣ କରିଥିଲା କୁମ୍ଭୀର । ଏପରିକି ନଦୀ ମଝିକି ଟାଣି ଟାଣି ନେଇଯାଇଥିଲା । ଏହା ପରେ ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କିନ୍ତୁ କେହି ଶୁଣିପାରିନଥିଲେ । ଫଳରେ ଭଗବାନକୁ ଡାକି ନିଜେ ସାହାସ ଜୁଟାଇ କୁମ୍ଭୀର ସହ ଲଢିଥିଲେ । କିଛି  ସମୟ ଲଢିବା ପରେ କୁମ୍ଭୀର ମୁହଁରୁ ନିଜକୁ ମୁକୁଳାଇଥିଲେ । କୁମ୍ଭୀର ଆକ୍ରମଣରେ ମହିଳାଙ୍କ ପିଠି ଓ ହାତରେ ଗଭୀର ଆଘାତ ଲାଗିଛି । କିଛି ସମୟ ପରେ ଲୋକମାନେ ଘଟଣା ସ୍ଥଳରେ ପହଁଚି ଭବାନୀଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ଭବାନୀଙ୍କୁ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ପରେ ଏହା ପରେ କେନ୍ଦ୍ରାପଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।