କେନ୍ଦ୍ରର ଗୋ-ସୁରକ୍ଷା ପ୍ରସଙ୍ଗ : ରାଜସ୍ଥାନ ହାଇକୋର୍ଟ କହିଲେ ଜାତୀୟ ପଶୁ ଘୋଷଣା କରିବେ ଗାଈକୁ

99

କନକ ବ୍ୟୁରୋ : କେନ୍ଦ୍ରର ଗୋ-ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି । ଏକ ମାମଲାର ଶୁଣାଣି ସମୟରେ ରାଜସ୍ଥାନ ହାଇକୋର୍ଟ ଗାଈକୁ ଜାତୀୟ ପଶୁ ଘୋଷଣା କରିବାକୁ କହିଛନ୍ତି । ବହୁଚର୍ଚ୍ଚିତ ହିଂଗୋନିଆ ଗୋଶାଳା ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଗୋ-ହତ୍ୟାକାରୀଙ୍କୁ ତିନି ବର୍ଷ ବଦଳରେ ଆଜୀବନ କାରାଦଣ୍ଡ ଦେବାକୁ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି କୋର୍ଟ ।

ହାଇକୋର୍ଟ ଜଷ୍ଟିସ୍ ମହେଶ ଚନ୍ଦ୍ର ଶର୍ମା ଏ ପ୍ରସଙ୍ଗରେ କେନ୍ଦ୍ର ସହ ଯୋଗାଯୋଗ ରଖି ଗାଈକୁ ଜାତୀୟ ପଶୁ ଘୋଷଣା କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି  ।