ଆଜିଠୁ ଷ୍ଟେଟବ୍ୟାଙ୍କରେ ଅଧିକ କାରବାର କଲେ ଦେବାକୁ ପଡ଼ିବ ଶୁଳ୍କ ! ମାସକୁ ୪ରୁ ଅଧିକ କାରବାରରେ ଲାଗିବ ୫୦ଟଙ୍କା

83

କନକ ବ୍ୟୁରୋ : ଆଜିଠାରୁ ଷ୍ଟେଟବ୍ୟାଙ୍କ୍ ଅଫ ଇଣ୍ଡିଆରେ ବିଭିନ୍ନ କାରବାର ପାଇଁ ଆପଣଙ୍କୁ ଶୁଳ୍କ ଦେବାକୁ ପଡ଼ିବ । ମାସକୁ ୪ଟି କାରବାର ମାଗଣା ହେବ । ଏହାଠାରୁ ଅଧିକ କାରବାର କଲେ ପ୍ରତି କାରବାର ପ୍ରତି ୨୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ ।

ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ଥର ଅନ୍ୟ ବ୍ୟାଙ୍କ୍ ଏଟିଏମରୁ ଟଙ୍କା ଉଠାଇଲେ ପ୍ରତି ଥର ପାଇଁ ଦେବାକୁ ପଡିବ ୨୦ ଟଙ୍କା ଶୁଳ୍କ । ଏସବିଆଇ ଏଟିଏମରୁ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଉଠାଣ କଲେ ପ୍ରତିଥର ହେବା ପାଇଁ ୧୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଆଇଏମପିଏସ, ୟୁପିଆଇ, ୟୁଏସଏସଡି କାରବାର ଉପରେ ମଧ୍ୟ ଲାଗିବ ଶୁଳ୍କ । ଲକ୍ଷେ ଟଙ୍କା ଯାଏଁ ୫ ଟଙ୍କା, ଲକ୍ଷେରୁ ୨ ଲକ୍ଷ ଭିତରେ ୧୫ ଟଙ୍କା ଓ ୨ରୁ ୨୫ ଲକ୍ଷ ଭିତରେ ୨୫ ଟଙ୍କା ଶୁଳ୍କ ଲାଗିବ ।

ଦେଖନ୍ତୁ ଏହି ଭିଡ଼ିଓ –