ଆନନ୍ଦିତ ପକ୍ଷୀପ୍ରେମୀ! ଭିତରକନିକାରେ ବଢ଼ୁଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା

83

କନକ ବ୍ୟୁରୋ : ପକ୍ଷୀପ୍ରେମୀଙ୍କ ପାଇଁ ଖୁସିଖବର । ଭିତରକନିକାରେ ବଢ଼ିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଭିତରକନିକାରେ ୧ଲକ୍ଷ ୩ହଜାର୮୫୩ ଦେଶୀୟ ସଂଖ୍ୟା ଥିବା ବେଳେ ଚଳିତବର୍ଷ ଏହା ୧ଲକ୍ଷ ୪ହଜାର ୪୯୦କୁ ବୃଦ୍ଧି ପାଇଛି । ମୋଟାମୋଟି ଭାବେ ଏହି ପକ୍ଷୀସଂଖ୍ୟା ୬୩୭ ବଢ଼ିଛି । ଯାହା ପରିବେଶବିତଙ୍କ ପାଇଁ ଖୁସି ଆଣିଦେଇଛି ।

ଚଳିତବର୍ଷ ଅଗଷ୍ଟ ୨୪ରୁ ୩୦ ତାରିଖ ଯାଏଁ ଏହି ଗଣତି ଚାଲିଥିଲା । କନିକା ରେଞ୍ଜ ଅଫିସର ଓ ଫରେଷ୍ଟରଙ୍କ ନେତୃତ୍ୱରେ ୨ଟି ଟିମରେ ୧୨ଜଣ ବନ କର୍ମଚାରୀ ଦେଶୀୟ ପକ୍ଷୀଙ୍କ ଗଣନା କରିଥିଲେ । ଚଳିତ ବର୍ଷ ୩ ହଜାର ୪୧୩ଟି ଗଛରେ ,ବଂ ୨୧ ହଜାର ୯୫୬ଟି ବସାରେ , ୪୩ ହଜାର ୯୧୨ଟି ବଡପକ୍ଷୀ ଓ ୬୦ ହଜାର୫୭୮ଟି ଶାବକଙ୍କୁ ଗଣନା କରାଯାଇଛି । ୧୬ ହଜାର ୯୨୮ ବସାରେ ୩୩ହଜାର ୮୫୬ ବଡ ଓ ୪୭ ହଜାର ୩୯୮ ଛୁଆଙ୍କୁ ମିଶାଇ ମୋଟ ୮୧ହଜାର ୨୫୪ ଟି ଗେଣ୍ଡାଳିଆ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି ।

ଅନ୍ୟପଟେ ୧୧୪୪ ବସାରେ ୨୨୨୮ବଡ ଓ ୩୦୮୯ଛୁଆଙ୍କୁ ମିଶାଇ ମୋଟ ୫୩୭୭ ରାଣୀବଗ, ୮୦୭ ବସାରେ ୧୬୧୪ବଡ ଓ ୨୦୯୮ ଛୁଆଙ୍କୁ ମିଶାଇ ୩୭୧୨ ମଝିଆ ବଗ, ୫୨ ବସାରେ ୧୦୪ଟି ବଡ ଓ ୧୩୦ ଟି ଛୁଆଙ୍କୁ ମିଶାଇ ମୋଟ ୨୩୪ ଟି ଛୋଟ ବଗ ଚିହ୍ନଟ କରାଯାଇଛି ।

ସେହିପରି ୬୪୭ ବସାରେ ୧୨୯୪ ବଡ ଓ ୧୪୨୩ ଛୋଟ ଛୁଆଙ୍କୁ ମିଶାଇ ମୋଟ ୨୭୧୭ ଖବରାବଗ, ୪୩୮ ବସାରେ ୮୭୬ ବଡ ଓ ୧୧୩୯ ଛୁଆଙ୍କୁ ମିଶାଇ ମୋଟ ୨୦୧୫ଟି ଅଂଜନା ବଗ, ୧୦୦୯ଟି ବସାରେ ୫୧୪୬ଟି ପାଣିକୁଆ, ୪୨୪ଟି ବସାରେ ୧୮୨୩ ଟି ଅନ୍ଧାରିଆ ବଗ, ୩୧୪ଟି ବସାରେ ୧୩୮୨ ଦା ବଣ୍ଟିଆ, ୧୯୩ ଟି ବସାରେ ୮୩୦ଟି କାପର ଖାଇ ପକ୍ଷୀଙ୍କୁ ଚିହ୍ନଟ କରିଛି ବନବିଭାଗ ।

ବଗଗହନ ଓ ମଠ ଆଡିଆ ଠାରେ ୯୦୮ଟି ବନିଗଛ, ୩୨ଟି ବଡସୁନ୍ଦରୀ ଗଛ, ୨୪୭୨ ଗୁଆଗଛ ଓ ଗୋଟିଏ ଚୋରଣ୍ଡା ଗଛରେ ୨୧ହଜାର ୯୫୬ଟି ବସା ରହିଛି । ପୂର୍ବରୁ କେବଳ ବଗଗହନରେ ଦେଶୀୟ ପକ୍ଷୀଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ ଗତ ତିନିବର୍ଷ ଧରି ମଠଆଡିଆରେ ମଧ୍ୟ ଦେଶୀୟ ପକ୍ଷୀ ଚିହ୍ନଟ ହେଉଛନ୍ତି ।

ଦିନକୁ ଦିନ ଗଛ ସଂଖ୍ୟା କମୁଥିବାରୁ ଅନ୍ୟ ସ୍ଥାନରୁ ମଧ୍ୟ ଦେଶୀୟ ପକ୍ଷୀ ବାସସ୍ଥାନ ପାଇଁ ଛୁଟି ଆସୁଛନ୍ତି ଭିତରକନିକାକୁ । ଯାହା ପରିବେଶପ୍ରେମୀ ଓ ପକ୍ଷୀପ୍ରେମୀଙ୍କୁ ଖୁସି କରିଛି ।