ବଲାଙ୍ଗୀରରେ କଂଗ୍ରେସର ମେଗା ସୋ । ଚାଷୀଙ୍କୁ ପେନସନ, ଋଣ ଛାଡ ସହ ବେକାରୀଙ୍କୁ ନିଯୁକ୍ତି ଦାବିରେ ବିଶାଳ ଜାଗରଣ ସମାବେଶ

178

କନକ ବ୍ୟୁରୋ: ନିର୍ବାଚନ ବର୍ଷରେ ବିଭିନ୍ନ ରାଜନୈତିକ ଦଳଙ୍କ ଟାର୍ଗେଟରେ ଚାଷୀ । ଆଗାମୀ ନିର୍ବାଚନରେ ଚାଷୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସବୁ ଦଳ । ଧାନର ଏମଏସପି ବୃଦ୍ଧି ଦାବିରେ ଆସନ୍ତା ୮ତାରିଖରେ ଦିଲ୍ଲୀରେ ବିଜେଡି ପ୍ରତିବାଦ କରିବାକୁ ଯାଉଥିବାେଳେ ଆଜି ବଲାଙ୍ଗୀରରେ କଂଗ୍ରେସ କରିଛି ମେଗା ସୋ ।

ଚାଷୀଙ୍କୁ ପେନସନ, ଋଣ ଛାଡ ସହ ବେକାରୀଙ୍କୁ ନିଯୁକ୍ତି ଦାବିରେ ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆରେ ବିଶାଳ ଜାଗରଣ ସମାବେଶ କରିଛି ରାଜ୍ୟ କଂଗ୍ରେସ । ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ ସାମିଲ ହୋଇ ଚାଷୀଙ୍କ ପାଇଁ ବିଭିନ୍ନ ଦାବିକୁ ଦୋହରାଇଛନ୍ତି ।