‘ତୁ ମରିବୁନି ହେଲେ ସ୍କୁଲରେ ଛୁଟି କିପରି ହେବ’ ! ଏପରି କହି ପ୍ରଥମ ଶ୍ରେଣୀର ଛାତ୍ରକୁ ଛୁରି ମାରିଲା ସପ୍ତମ ଶ୍ରେଣୀ ଛାତ୍ରୀ

55

କନକ ବ୍ୟୁରୋ : ଲକ୍ଷ୍ନୌର ଏକ ନାମୀଦାମୀ ସ୍କୁଲରେ ଘଟିଛି ରିୟାନ୍ ସ୍କୁଲ ହତ୍ୟାକାଣ୍ଡ ପରି ଘଟଣା । ପ୍ରଥମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଛୁରି ମାରିଛି ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ । ସ୍କୁଲରେ ଛୁୁଟି ପାଇବା ପାଇଁ ସେ ଏପରି କାଣ୍ଡ ଘଟାଇଥିବା ପୋଲିସକୁ କହିଛି । ପୋଲିସ ଏହି ମାମଲାର ଯାଂଚ ଆରମ୍ଭ କରିଛି । ସପ୍ତମ ଶ୍ରେଣୀରେ ପଢ଼ୁ୍ଥିବା ଅଭିଯୁକ୍ତ ଛାତ୍ରୀ ଜଣକ କହିଛି, ସଂପୃକ୍ତ ଛାତ୍ରକୁ ହତ୍ୟାକଲେ ଛୁଟି ମିଳିବ ଚିନ୍ତାକରି ସେ ଏପରି କରିଛନ୍ତି । ଏଥିପାଇଁ ଅଭିଯୁକ୍ତ ଛାତ୍ରୀ ଜଣକ ପ୍ରିନସିପାଲଙ୍କୁ ସାକ୍ଷାତ କରିବା ବହାନା କରି ଛାତ୍ରକୁ ଶ୍ରେଣୀର ପାଇଖାନାକୁ ନେଇଯାଇଥିଲେ । ଆଉ ତା ପାଟିରେ କପଡ଼ା ପୁରାଇ ଛୁରି ମାରି ଚାଲିଥିଲେ । ଆଉ ଏସବୁ କରିବା ପରେ ପାଇଖାନା ବାହାରୁ ବନ୍ଦ କରିଦେଲେ ଅଭିଯୁକ୍ତ ଛାତ୍ର ଜଣକ । ତେବେ ସୌଭାଗ୍ୟବଶତଃ ସେହି ରାସ୍ତା ଦେଇ ଜଣେ ଶିକ୍ଷକ ଯାଉଥିଲେ । ଆଉ ତାଙ୍କୁ ପୀଡ଼ିତର ସ୍ୱର ଶୁଭିଥିଲା ।

ସେ ଯତେବେଳେ କବାଟ ଖୋଲି ଦେଖିଲେ ପୀଡ଼ିତ ଛାତ୍ର ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ଛଟପଟ୍ ହେଉଥିଲା । ସେ ତୁରନ୍ତ ଏନେଇ ସ୍କୁଲ ପ୍ରଶାସନକୁ ସୂଚନା ଦେଇଥିଲେ । ଏହାପରେ ପିଡ଼ୀତକୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏବେ ଛାତ୍ରର ବୟାନ ଆଧାରରେ ଅଭିଯୁକ୍ତ ଛାତ୍ରର ଚିହ୍ନଟ ହୋଇସାରିଛି । ନାବାଳିକ ଥିବାରୁ ତାକୁ ଘରେ ପଚରାଉଚରା ଆରମ୍ଭ କରିଛି ପୋଲିସ୍ । ପୀଡ଼ିତ ବୟାନରେ କହିଛନ୍ତି, ସ୍କୁଲରେ ପ୍ରାର୍ଥନା ହେବାକୁ ଯାଉଥିଲା । କ୍ଲାସ ବ୍ୟାଗ୍ ରଖି ମୁଁ ପ୍ରାର୍ଥନା ସଭାକୁ ଯାଉଥିଲି । ଆଉ ସେତେବେଳେ ଦିଦି ଆସି ମୋତେ ଜୋରଜବରଦସ୍ତି ଟାଣିଟାଣି ପାଇଖାନା ନେଇଗଲେ । ଆଉ ଛୁରି ମାରିବା ସମୟରେ କହୁଥିଲେ ତୁ ମରିବୁ ନାହିଁ ତ ସ୍କୁଲ ଛୁଟିି କିପରି ହେବ ?