ଦାଗୀ ପ୍ରଯୋଜକଙ୍କୁ ପ୍ରତିବନ୍ଧକ : ଫିଲ୍ମ ତିଆରି କରିପାରିବେନି ଠକ ବିଲଡର ଓ ଚିଟଫଣ୍ଡ ଅଭିଯୁକ୍ତ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଠକ ବିଲଡର ଓ ଚିଟଫଣ୍ଡ ଅଭିଯୁକ୍ତଙ୍କ ଫିଲ୍ମ ନିର୍ମାଣ ଉପରେ ଲାଗିଲା କଟକଣା ।  ଏପରିିକି ପରବର୍ତୀ ଫିଲ୍ମ କରିପାରିବେନି ଗିରଫ ହୋଇଥିବା ପ୍ରଯୋଜକ । ଉତ୍କଳ ସିନେ ଚାମ୍ବର ଅଫ କମର୍ସ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆଜି ବସିଥିବା ବୈଠକରେ ୬ ଜଣ ଦାଗୀ ପ୍ରଯୋଜକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଯୋଜକ ଗୟାଧର ଜେନା, ପ୍ରଭାସ ରାଉତ, ନିରଂଜନ ରଣା, ନାରାୟଣ ସିଂ ,ରତି କାନୁନଗୋ ଓ ସୁନୀଲ ପଣ୍ଡା ଫିଲ୍ମ କରିପାରିବେ ନାହିଁ ସୂଚନା ଦେଇଛନ୍ତି ଫିଲ୍ମ ସିଣ୍ଡିକେଟର ଚେୟାରମ୍ୟାନ ଦିଲ୍ଲୀପ ମିଶ୍ର ।