ଖାକି ବର୍ଦ୍ଦିର ଦାଦାଗିରି : ରାତି ଅଧିଆ ଓଡ଼ିଶା ସୀମାରେ ପ୍ରବେଶ କରି ୩ ଆଦିବାସୀଙ୍କୁ ଉଠାଇନେଲା ଛତିଶଗଡ଼ ପୁଲିସ୍

47

କନକ ବ୍ୟୁରୋ : ଛତିଶଗଡ଼ ପୁଲିସର ଦାଦାଗିରି । ରାଧି ଅଧିଆ ଓଡ଼ିଶା ସୀମାରେ ପ୍ରବେଶ କରି ୩ ଆଦିବାସୀଙ୍କୁ ଉଠାଇନେଲେ । ତେବେ ଏନେଇ ଓଡ଼ିଶା ପୁଲିସ ନିକଟରେ କୌଣସି ଖବର ନାହିଁ । କୋରାପୁଟ କୋଟପାଡ ବ୍ଲକର ଛତର୍ଲା ପଂଚାୟତର ମୁଣ୍ଡାଗୁଡା ଓ ମକାଗାଁର ଗୁରୁବନ୍ଧୁ ଦୁରୁଆ, ମନବୋଧ ଦୁରୁଆ ଓ କୁଳୁ ଦୁରୁଆଙ୍କୁ ଛତିଶଗଡ଼ ପୁଲିସ ରାତି ଅଧିଆ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ୫ଦିନ ବିତି ଯାଇଥିଲେ ମଧ୍ୟ ଓଡ଼ିଶା ପୁଲିସ ନିକଟରେ ଏନେଇ କୌଣସି ଖବର ନଥିବା ଗ୍ରାମବାସୀ କହିଛନ୍ତି । ଏପରିକି ଘଟଣା ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇନଥିବା ଗ୍ରାମବାସୀ କହିଛନ୍ତି  ।

ଦେଖନ୍ତୁ ଏହି ଭିଡ଼ିଓ –