ଘୋଷଯାତ୍ରା ପାଇଁ ଆଜି ଠାରୁ ତତ୍ପର ପ୍ରଶାସନ

21

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଜୁଲାଇ ୬ରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ଏହି ଘୋଷଯାତ୍ରା କିପରି ସୁରୁଖୁରୁରେ ଶେଷ ହେବ ସେନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଛି । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲାଚନା କରି ଆସନ୍ତା ୭ ଦିନ ମଧ୍ୟରେ ଆକ୍ସନ ପ୍ଲାନର ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସେପଟେ ରଥାଯାତ୍ରା ଦିନ ମାର୍କେଟ ଛକଠାରୁ ସିଂହଦ୍ୱାର ମଧ୍ୟରେ ଖାଦ୍ୟ ବଂଟନ ନିଷେଧ, ବିପଦ ସଙ୍କୁଳ କୋଠାର ତାଲିକା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି ।