ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଘଂନ : ସେପଟେ ଇମ୍ରାନ ଶାନ୍ତିର ବାର୍ତ୍ତା ଦେଉଥିବା ସମୟରେ ଏପଟେ ପାକିସ୍ତାନର ଏପରି କାର୍ଯ୍ୟକୁ ନିନ୍ଦା କରିଛି ଭାରତ

35

କନକ ବ୍ୟୁରୋ : ପୁଣିଥରେ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲଘଂନ କରିଥିବା ସୂଚନା ମିଳିଛି । ବାରମ୍ବାର ସେମାନେ ଏପରି ଭାବରେ ପାକିସ୍ତାନ ଅସ୍ତ୍ର ବିରୋଧୀ ଉଲଘଂନ କରିଚାଲିଛି । ମିଳିଥିବା ସୂଚନା ଅନୁସାରେ ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଭାରତ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଯୋର ଦେଉଥିବା ଇମ୍ରାନ ଖାଁ ଇସଲାମାବାଦ ଠାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିବା ବେଳେ ଏପଟେ ପାକିସ୍ତାନ ସେନା ଲାଇନ ଅଫ୍ କଂଣ୍ଟ୍ରୋଲ ଠାରେ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରି ସୀମାରେ ଗୁଳିଚାଳନା କରିଛି।

 

ଏଲଓସିର ଜମ୍ମୁ ଓ କଶ୍ମୀରର ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା। କେବଳ ସେତିକି ନୁହେଁ, ଗତକାଲି ରାତିରେ ମଧ୍ୟ ପାକିସ୍ତାନ ସୀମାରୁ ସୈଦାପୋରା, ଦହନୀ ଓ ଚଟକଡ଼ ଅଞ୍ଚଳରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି।ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା । ସୂଚନାଯୋଗ୍ୟ ଯେ ଗତକାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ନିର୍ବାଚିତ ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ମାତ୍ର ଏହା କହିବାର କେତେ ଘଣ୍ଟା ନ ପୁରୁଣୁ ଓ ଯେତେବେଳେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି, ସେହି ସମୟରେ ପାକିସ୍ତାନ ସେନା ଲାଇନ ଅଫ୍ କଂଣ୍ଟ୍ରୋଲରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୀମାରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ତେବେ ପାକିସ୍ତାନକୁ କଡା ଜବାବ ଭାରତ ଦେଇଥିବା ଜଣାପଡିବା ସହ କୈାଣସି ଭାରତୀୟ ଯବାନ ମୃତାହତ ହୋଇନାହାନ୍ତି । ତେବେ ବାରମ୍ବାର ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରୋଧୀ ଉଲଘଂନ କରୁଥିବାରୁ ସୀମାରେ ଭାରତୀୟ ଯବାନ ମଧ୍ୟ ସଜାଗ ରହିଥିବା ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ଇମ୍ରାନ ଶାନ୍ତିର ବର୍ତ୍ତା ଦେଉଥିବା ବେଳେ ପାକିସ୍ତାନ ନିଜ ଆଡୁ ଅସ୍ତ୍ରବିରତୀ ଉଲଘଂନ କରୁଥିବାରୁ ପାକିସ୍ତାନକୁ ଦୃଢ ଭାବରେ ନିନ୍ଦା କରିଛି ଭାରତ ।