ଘନଉଛି ସିବିଏସଇ ପରୀକ୍ଷାଫଳ ବିଭ୍ରାଟ ! ସୁପ୍ରିମକୋର୍ଟ ଯିବାକୁ ନିଷ୍ପତି ନେଇଛି ଅଭିଭାବକ ସଂଘ

31

କନକ ବ୍ୟୁରୋ: ଘନଉଛି ସିବିଏସଇ ପରୀକ୍ଷାଫଳ ବିଭ୍ରାଟ । ସୁପ୍ରିମକୋର୍ଟ ଯିବାକୁ ନିଷ୍ପତି ନେଇଛି ଅଭିଭାବକ ସଂଘ । ଏନେଇ ଅଭିଭାବକ ସମାବେଶରେ ନିଆଯାଇଛି ନିଷ୍ପତି । ଆଗାମୀ ଦିନରେ ସିବିଏସଇ ଅଧ୍ୟକ୍ଷ ଓ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଭେଟିବେ ବୋଲି ସଂଘ ନିଷ୍ପତି ନେଇଛି ।

ଏହାସହ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱୁଇଟ୍ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ବୈ÷ଠକରେ ଆମ ଓଡିଶା ଅଧ୍ୟକ୍ଷ ସାମିଲ ହୋଇ ଯାହା ବି ଘଟୁଛି ତାହା ଆମ ବ୍ୟବସ୍ଥାର ବିଲକ୍ଷଣ ବୋଲି କହିଛନ୍ତି । କେହି ମଧ୍ୟ ଏଥିପାଇଁ ଉତ୍ତର ଦାୟିତ୍ୱ ନେଉନଥିବା ଦୁଃଖ ଦାୟକ ବୋଲି କହିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ ।