ଆଜି ଆସିବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ! ଓଡିଶା ଜୋନରେ ଅଛନ୍ତି ୭୩ହଜାରରୁ ଅଧିକ ପରୀକ୍ଷାର୍ଥୀ

65

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । ଛାତ୍ରଛାତ୍ରୀ ୱେବସାଇଟରେ ସେମାନଙ୍କ ରେଜଲ୍ଟ ପାଇପାରିବେ । ଚଳିତବର୍ଷ ସାରା ଦେଶରେ ୧୬ ଲକ୍ଷ ୬୭ ହଜାର ୫୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଓଡିଶା,ଛତିଶଗଡ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ୱର ଜୋନରେ ୭୩ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । କେବଳ ଓଡିଶାରୁ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ହଜାର ୨୯୬ ଜଣ ବୋର୍ଡ ବେସଡ଼୍ ଓ ୫ହଜାର ୭୯୪ଜଣ ସ୍କୁଲ ବେସଡ଼୍ ଛାତ୍ରଛାତ୍ରୀ ଅଛନ୍ତି ।