ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବାରବାଟୀରେ ତ୍ରିରଙ୍ଗା ଉଡାଇଲେ ମୁଖ୍ୟମନ୍ତ୍ରୀ

87

କନକ ବ୍ୟୁରୋ : ରାଜ୍ୟପାଳ ଭୁବନେଶ୍ୱରରେ ପତାକା ଉତୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କଟକରେ ତ୍ରିରଙ୍ଗା ଉଡାଇଛନ୍ତି । ବାରବାଟୀରେ ଆୟୋଜିତ ଗଣତନ୍ତ୍ର ଦିବସରେ ପତାକା ଉତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତୋଳନ କରିବାପରେ ଜିଲ୍ଲାସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବିକାଶରେ ଓଡିଶା ସାମିଲ ହୋଇଛି । ଚାଷୀଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ଯାଏଁ ସମସ୍ତେ ପ୍ରଗତୀର ଧାରାରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଗରିବ ଲୋକ ମଧ୍ୟ ସ୍ୱାଭିମାନ ସହ ବଂଚିବା ଶିଖିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :