କପିଲ ଶର୍ମାଙ୍କ ସୋରେ ଚମତ୍କାର ! ଦଶ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଲା ସାଇକେଲ

50

ହଲିଉଡ ସୁପରଷ୍ଟାର ଜ୍ୟାକି ଚାନ୍ ନିଜର ଆଗାମୀ ସିନେମା “କୁଙ୍ଗ-ଫୁ ୟୋଗା’ର ପ୍ରଚାର ପାଇଁ ଭାରତ ଆସିଛନ୍ତି । ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଏଇ ସିନେମାରେ ଅଭିନୟ କରୁଛନ୍ତି । ଏହାସହ ନିକଟରେ ଜ୍ୟାକି ଚାନ୍ “ଦ କପିଲ ଶର୍ମା ସୋ’ରେ ମଧ୍ୟ ଅତିଥି ହୋଇ ଯୋଗ ଦେଇଛନ୍ତି । ସୂତ୍ର ଅନୁସାରେ ପ୍ରମୋସନ ପାଇଁ ଉଭୟେ ଯେତେବେଳେ କପିଲ ଶର୍ମାଙ୍କ ସୋର ସେଟରେ ପହଞ୍ଚିଥିଲେ, ସେଠାରେ ଜ୍ୟାକି ଚାନଙ୍କ ପାଇଁ ଏକ ସ୍ୱନ୍ତନ୍ତ୍ର ସାଇକେଲ ପ୍ରସ୍ତୁତ କରାଯାଇଥିଲା ।

ସୋରେ ପହଂଚି ସେଇ ସାଇକେଲରେ ସୋନୁଙ୍କ ସହ ଜ୍ୟାକି ଚାନ୍ ସବାର ହୋଇଥିଲେ ଏବଂ ଜ୍ୟାକି ବସିଥିବା ଉକ୍ତ ସାଇକେଲକୁ ୧୦ ଲକ୍ଷ ଟଙ୍କାରେ ବିକ୍ରି କରାଗଲା । ଏଇ ସାଇକେଲ ବିକ୍ରିକରି ଯେଉଁ ଟଙ୍କା ମିଳିଲା କପିଲ ତାହା କ୍ୟାନସର ପୀଡିତଙ୍କ ପାଇଁ କାମ କରୁଥିବା ଏଜଜିଓକୁ ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଶେଖ ଫ୍ରେଜଲ ନାମକ ଜଣେ ବ୍ୟକ୍ତି ଏଇ ସାଇକେଲକୁ କିଣିଛନ୍ତି । ସବଠାରୁ ଭଲକଥା ହେଲା କପିଲ ଶର୍ମାଙ୍କ ଏଇ ସୋର ମଉଜମସ୍ତି ମାହୋଲରେ ଦାନ ମଧ୍ୟ ହୋଇଗଲା ।