ରାଜଧାନୀର ରାଜରାସ୍ତାରେ ହୁ ହୁ ହୋଇ ଜଳିଲା କାର । ଅଳ୍ପକେ ବର୍ତ୍ତିଗଲେ ୪ ଯାତ୍ରୀ

293

କନକ ବ୍ୟୁରୋ : ରାଜଧାନୀର ରାଜରାସ୍ତା ଉପରେ ହୁତୁହୁତ ହୋଇ ଜଳିଲା କାର୍ । ଆଉ ରାସ୍ତା ଉପରେ କାରକୁ ଜଳୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ରାସ୍ତାରେ ଯାଉଥିବା ଲୋକ । ତେବେ କାର ଜଳି ଯାଇଥିଲେ ମଧ୍ୟ ଏଥିରେ ଥିବା ୪ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ନାଲକୋ ଛକ ପାଖ ଏକ ହୋଟେଲ ସାମ୍ନାରେ ହ୍ୟୁଣ୍ଡାଇ ସିଟିର ଏକ କାର ଯାଉଥିବା ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ହଠାତ ଏଥିରେ ନିଆଁ ଲାଗି ଯାଇଥିଲା । ହଠାତ୍ କାରରେ ନିଆଁ ଲାଗିବା ଫଳରେ କିଛି ସମୟ ତାଜୁବ ହୋଇଯାଇଥିଲେ ଅନ୍ୟ ଲୋକ ମାନେ । ତେବେ କାରରେ ଥିବା ଯାତ୍ରୀ ମାନେ ନିଆଁ ଲାଗିବା କ୍ଷଣି କାରରୁ ଓହ୍ଲାଇ ପଡି ଜୀବନ ରକ୍ଷା କରିଥିଲେ ।

ରାସ୍ତା ମଝିରେ କାରଟି ହୁ ହୁ ହୋଇ ଜଳୁଥିବାରୁ ଦୀର୍ଘ ସମୟ ଧରି ରାସ୍ତା ଜାମ ହୋଇଥିଲା । ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ଛିଡା ହୋଇ ରହିଥିଲା । ଫଳରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ତେବେ ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରରୁ ଲିଭାଇଥିଲେ । ପରେ ସ୍ୱାଭାବିକ ଭାବେ ଗାଡି ଚଳାଚଳ କରିଥିଲା ।