ଜଗତସିଂହପୁରରେ ବୁଲବୁଲ ପ୍ରଭାବରେ ଉଜୁଡ଼ିଲା ଚାଷ : ଜମିରେ ଶୋଇଛି ସୁନାର ଫସଲ

1,067

କନକ ବ୍ୟୁରୋ : ବାତ୍ୟା ଫନିର କ୍ଷତ ଏପର୍ଯ୍ୟନ୍ତ ଶୁଖି ନଥିବା ବେଳେ ପୁଣି କ୍ଷତ ଦେଇଗଲା ବୁଲବୁଲ୍ । ଜଗତସିଂପୁରରେ ପବନ ମାଡ଼ରେ ବିଲରେ ଶୋଇଛି ପାଚିଲା ଧାନ । ସବୁଜ ସୁନ୍ଦର ଧାନ ଗଛରେ ସୁନ୍ଦର ସୁନ୍ଦର କେଣ୍ଡା ଦେଖି ଖୁସି ହେଉଥିଲା ଚାଷୀ । ହେଲେ ବୁଲବୁଲ୍ ସବୁ ଆଶା ଉଜାଡ଼ିଦେଲା । କ୍ଷେତ ଦେଖି ଚିନ୍ତାରେ ଚାଷୀ । ବର୍ଷ ଯାକର ଖାଦ୍ୟ ଜମିରେ ଲୋଟୁଛି ।

ପାଣିରେ ଶୋଇଛି ଧାନଗଛ । ଜମିରେ ଅଂଟା ମୋଡି ପଡିଛି କେଣ୍ଡା ଧରିଥିବା ଧାନଗଛ । ବୁଲବୁଲ ମାଡରେ ଛାରଖାର ହୋଇ ଯାଇଛି ସୁନାର କ୍ଷେତ । ଯାହାକୁ ଦେଖି ଚାଷୀ ଆଖିରୁ ନିଦ ହଜିଯାଇଛି । ବର୍ଷକ ଖାଦ୍ୟ କେଉଁଠୁ ଆଣିବ ସେନେଇ ଚିନ୍ତାରେ ଚାଷୀ ।