ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଅଭାବନୀୟ ଘଟଣା ! ପଡୋଶୀର ଗୁଳିମାଡରେ ନାବାଳକ ଗୁରୁତର

33

କନକ ବ୍ୟୁରୋ : ପଡୋଶୀର ଗୁଳିମାଡରେ ନାବାଳକ ଗୁରୁତର । ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତଳଗାଁ ପଂଚାୟତ ବଡଭଇଁସା ଗାଁରେ ଗତକାଲି ରାତିରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ପଡୋଶୀର ଗୁଳିମାଡରେ ଜଣେ ୫ ବର୍ଷର ବାଳକ ଗୁରୁତର ହୋଇପଡିଛି ।

ଗୁରୁତର ନାବାଳକକୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଛି । ବାଳକଟି ବିଳମ୍ବିତ ରାତିରେ ନାବାଳକ ଜଣକ ବାହାରକୁ ଉଠିଥିବା ବେଳେ ପଡୋଶୀଙ୍କ ଗୁଳିମାଡର ଶିକାର ହୋଇଛନ୍ତି ।