ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆକ୍ରମଣ ଘଟଣା : ରାଜସ୍ୱ ସଚିବଙ୍କୁ ଭେଟିଲେ ବୋଲଗଡ ତହସିଲଦାର

30

ବୋଲଗଡ : ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆକ୍ରମଣ ଅଭିଯୋଗ ନେଇ ରାଜସ୍ୱ ସଚିବଙ୍କୁ ତହସିଲଦାର ନିହାରିକା ନାୟକ ଅବଗତ କରାଇଛନ୍ତି । ବୋଲଗଡରୁ ବଦଳି କରିବାକୁ ରାଜସ୍ୱ ସଚିବଙ୍କୁ ଆବଦେନ କରିଛନ୍ତି ତହସିଲଦାର । ରାସ୍ତା ଉପରେ ନିର୍ମାଣ ହୋଇଥିବା ବେଆଇନ ଘର ଉଚ୍ଛେଦ ନେଇ, ବୋଲଗଡ ମହିଳା ତହସିଲଦାରଙ୍କୁ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ଏକ ଲଣ୍ଠନ ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ତହସିଲଦାର ଆହତ ହୋଇଥିଲେ ।