ଗର୍ଭାବସ୍ଥାରେ ସ୍ତ୍ରୀ ସହବାସ ନକଲେ ଛାଡପତ୍ର ଦେଇପାରିବେ ନାହିଁ ସ୍ୱାମୀ : ଦିଲ୍ଲୀ ହାଇକୋର୍ଟଙ୍କ ରାୟ

170

ଗର୍ଭାବସ୍ଥାରେ ସହବାସ ନକଲେ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଇପାରିବେ ନାହିଁ । ଏପରିକି ସ୍ତ୍ରୀ ଯଦି ସକାଳେ ବିଳମ୍ବରେ ଶଯ୍ୟା ତ୍ୟାଗ କରନ୍ତି ତେବେ ଏହାକୁ ନିଷ୍ଠୁର ବ୍ୟବହାର ବୋଲି ଧରାଯିବ ନାହିଁ । ଆଉ ଯଦି ସ୍ୱାମୀ ଛାଡପତ୍ର ଦେଉଥାନ୍ତି ତେବେ ଏହାକୁ କାରଣ କରି ପାରିବେ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଗର୍ଭବତୀ ହେବା ପରେ ସ୍ତ୍ରୀ ସେକ୍ସ ପାଇଁ ଅନୁମତି ଦେଉନଥିବାରୁ ଦିଲ୍ଲୀର ଜଣେ ବ୍ୟକ୍ତି ଛାଡପତ୍ର ମାମଲା ରୁଜୁ କରିଥିଲେ । ୨୦୧୨ରେ ହୋଇଥିବା ଏହି ମାମଲାର ବିଚାର ବେଳେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଏହା ସହ ଗର୍ଭରେ ଥିବା ଭୃଣର ଭାର ଉଠାଉଥିବା ମହିଳାଙ୍କୁ ସେକ୍ସ କଷ୍ଟ ଦେଇପାରେ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଏହା ସହ ଦେଖନ୍ତୁ ସେକ୍ସ ପାଇଁ ମନାକଲେ ସ୍ତ୍ରୀକୁ ଛାଡପତ୍ର ଦେଇ ପାରିବେ ସ୍ୱାମୀ : ଦିଲ୍ଲୀ ହାଇକୋର୍ଟଙ୍କ ରାୟ