ନଦୀରେ ଭାସିଲା କଳାଧନ ! ସମ୍ବଲପୁର ମହାନଦୀରେ ପୁଳା ପୁଳା ଅଚଳ ଟଙ୍କା

34

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ବଲପୁରରେ ଭାସିଲା କଳା ଧନ । ମହାନଦୀରେ ଭାସିଲା ପୁଳା ପୁଳା ଅଚଳ ନୋଟ୍ । ମାରୱାଡି ପଡ଼ା ଘାଟ ଆନିକଟ ନିକଟରୁ ପୁଳା ପୁଳା ଅଚଳ ନୋଟ୍ ଭାସୁଥିବା ଦେଖିବାକୁ ମିଳିଛି । ସକାଳେ ଲୋକ ଆନିକଟ ନିକଟରେ ଗାଧୋଉଥିବା ବେଳେ ଅଚଳ ନୋଟ୍ ଭାସୁଥିବା ଦେଖିଥିଲେ । ଘଟଣା ସଂପର୍କରେ ଟାଉନ ଥାନାକୁ ଜଣାଇଥିଲେ ।

ଘଟଣା ସ୍ଥଳରେ ପୁଲିସ ପହଁଚି ଭାସୁଥିବା ଟଙ୍କାକୁ ଜବତ କରିବାକୁ ଉଦ୍ୟମ କରିଥିଲେ । କିଛି ନୋଟ୍ ପୁଲିସ ଜବତ କରିଥିବା ବେଳେ ବହୁ ପରିମାଣର ଟଙ୍କା ନଦୀରେ ଭାସି ଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ବସ୍ତାଏରୁ ଅଧିକ ଟଙ୍କା, ଯାହାର ପରିମାଣ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଦେଖିଥିବା ଲୋକ ।

ଏତେ ପରିମାଣ ଟଙ୍କା କେଉଁଠୁ ଆସିଲା, କିଏ କାହିଁକି ଏତେ ଟଙ୍କା ପାଣିରେ ଭସାଇଦେଲେ, ଏହାର କାରଣ ଖୋଜୁଛି ପୁଲିସ । ନୋଟବନ୍ଦୀକୁ ୫୫ ଦିନ ପୂରିଥିବା ବେଳେ ନଦୀରେ ଟଙ୍କା ଭାସିବା ଘଟଣା ସମ୍ବଲପୁରବାସୀଙ୍କୁ ଚକିତ କରିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :