ପୁରୀ ଜିଲ୍ଲା ବ୍ରହ୍ମଗିରି ରେଂଜରେ ଆଜି ସକାଳୁ ଆରମ୍ଭ ହୋଇଛି ପକ୍ଷୀ ଗଣନା

22

ବ୍ରହ୍ମଗିରି : ସାରା ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ପୁରୀ ଜିଲ୍ଲା ବ୍ରହ୍ମଗିରି ରେଂଜରେ ଆଜି ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବିଭିନ୍ନ ଜଳାଶୟରେ ସଂଖ୍ୟା ଓ ପ୍ରଜାତି ନେଇ ପକ୍ଷୀ ଗଣନା ହେଉଛି । ବନବିଭାଗ କର୍ମଚାରୀ ଓ ପକ୍ଷୀ ବିଶାରଦ ଏଥିରେ ସାମିଲ ହୋଇଛନ୍ତି ।

ପ୍ରତି ଟିମରେ ୩ଜଣ ବନବିଭାଗ କର୍ମଚାରୀଙ୍କ ସହ ଜଣେ ପକ୍ଷୀ ବିଶାରଦ ଅଛନ୍ତି । ନୀଳଗିରି, କୁଳଡିହା, ବ୍ରହ୍ମଗିରି, ଅସ୍ତରଙ୍ଗରେ ଚାଲିଛି ପକ୍ଷୀ ଗଣନା । କାଠୁଆଆରଡି ଛକଠାରୁ ଘଟକୁଡି, ସୁନାମୁହିଁରୁ ବରପଦା, କପିଳେଶ୍ୱରପୁରରୁ ପଥରପଦା ଓ ଢାବାଛକରୁ ତଳମାଳ ପର୍ଯ୍ୟନ୍ତ ଏହି ୪ଟି ଜୋନରେ ୧୬ଜଣ ବନବିଭାଗ କର୍ମଚାରୀ ଓ ପକ୍ଷୀ ବିଶାରଦ ସାମିଲ ହୋଇଛନ୍ତି ।

ଗତବର୍ଷ ୩୮ହଜାର ଦେଶୀ ଓ ବିଦେଶୀ ପକ୍ଷୀ ଗଣନା ହୋଇଥିବାବେଳେ ୧୧୦ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-