ରାଜଧାନୀ ରାଜରାସ୍ତାରେ ମୋଦିଙ୍କ କାରକେଡ୍ ରିହର୍ସଲ ! ମୋଦି ପୋଷ୍ଟରରେ ଗେରୁଆ ପାଲଟିଲା ରାଜଧାନୀ

17

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ମୋଦିଙ୍କ କାରକେଡ୍ ରିହର୍ସଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆଜି ହୋଇଛି ମୋଦିଙ୍କ କାରକେଡ୍ର ରିହର୍ସଲ୍ । ବିମାନବନ୍ଦରରୁ ଏୟାରପୋର୍ଟ ଛକ ଦେଇ କାରକେଡ୍ ଯାଇଥିଲା ରାଜଭବନ । କାରକେଡରେ ସାମିଲ ହୋଇଥିଲା ପାଇଲଟିଂ ଭ୍ୟାନ୍ , ଆଡଭାନ୍ସ ପାଇଲଟିଂ ଭ୍ୟାନ୍, ଭିଆଇପି, ଭିଭିଆଇପି ଗାଡି । ଆଇଜି ର୍ୟାଙ୍କର ଅଫିସର ଏହାର ଦାୟିତ୍ୱରେ ଥିଲେ ।

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା ହେବ । ମୋଦିଙ୍କ ପାଇଁ ନିୟୋଜିତ ହେବେ ୧୦୦ପ୍ଲାଟୁନ ପୁଲିସ ଫୋର୍ସ । ଆଇଜି ପାହ୍ୟାର ୪ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ । ସୁରକ୍ଷା ବ୍ୟବସ୍ଥାକୁ ୫ଟି ସେକ୍ଟରରେ ଭାଗ କରାଯାଇଛି । ୨କମ୍ପାନୀ ସିଆରପିଏଫ ସହ ୪୧ଜଣ ଡେପୁଟି ଡିସିପି, ୧୫ଜଣ ଏସ୍ପି, ୫୨ଜଣ ଆଡିସନାଲ ଏସପି ଓ ୫ୟୁନିଟ ଏସଓଜି ସୁରକ୍ଷା ଦାୟିତ୍ୱରେ ରହିବେ । ଏନେଇ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ କେବି ସିଂହ ।

୧୫ ତାରିଖ ଅପରାହ୍ନ ୩ଟା ୩୦ରେ ଭୁବନେଶ୍ୱରରେ ପହଂଚିବେ ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରୁ ବାହାରି ରାଜଭବନ ଯିବେ । ଏହାପରେ ଜନତା ମଇଦାନରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେବେ । ୧୬ତାରିଖ ଦିନ ଲିଙ୍ଗରାଜଙ୍କ ଦର୍ଶନ ପରେ ଜନତା ମଇଦାନକୁ ଯିବେ ମୋଦି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରେ ଗଭର୍ଣ୍ଣର ହାଉସକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଭୁବନେଶ୍ୱରରୁ ମୋଦି ଗୁଜରାଟ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ସ୍ଥାନରେ ସ୍ୱତନ୍ତ୍ର କଂଟ୍ରୋଲ୍ ରୁମରେ ବ୍ୟବସ୍ଥା ରହିବ ।

ଏୟାରପୋର୍ଟ, ହୋଟେଲ୍, ଗର୍ଭନର ହାଉସ୍ , ଜନତା ମଇଦାନରେ ଏସପିଜିି ସୁରକ୍ଷା କର୍ମୀ ନିୟୋଜିତ ରହିବେ । ମୋଦି ଆସିବାର ଏକ ଘଂଟା ପୂର୍ବରୁ ଏୟାରପୋର୍ଟକୁ ନୋ ଫ୍ଲାଇଂଗ ଜୋନ୍ ଭାବେ ପ୍ରସ୍ତୁତ କରାଯିବ । ଆଡଭାନି, ଗୃହମନ୍ତ୍ରୀ ରାଜନାଥ ସିଂ, କ୍ୟାବିନେଟ ମନ୍ତ୍ରୀ ନିତିନ୍ ଗଡକାରୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-